ଖେଲାଉର ପଞ୍ଚାୟତର ନୂତନ ଗୃହ ଉଦ୍‌ଘାଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଖେଲାଉର ଗ୍ରାମ ପଂଚାୟତର ନୂତନ ଗୃହକୁ ମଙ୍ଗଳବାର ଅପରାହ୍ନରେ ଯୁବ ବିଧାୟକ ରୁଦ୍ର ପ୍ରତାପ ମାହାରଥୀ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ବିଧାୟକ ମହାରଥିଙ୍କ ସହିତ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଜିଲ୍ଲାପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସ୍ନେହଲତା ସାହୁ, ସମିତିସଭ୍ୟ ଭୀମସେନ ପ୍ରଧାନ, ନାଏବ ସରପଞ୍ଚ ଶଶି ଭୂଷଣ ମଲ୍ଲିକ ଏବଂ ବ୍ଲକ ସହାୟକ ଯନ୍ତ୍ରୀ ସୁବ୍ରତ କୁମାର ବାରିକ, କନିଷ୍ଠ ଯନ୍ତ୍ରୀ ଲୋପାମୁଦ୍ରା ପତି, ପଂଚାୟତ ସଭାପତି ପ୍ରମୋଦ ପ୍ରଧାନ ଏବଂ ବିଭିନ୍ନ ପଂଚାୟତର ସରପଞ୍ଚ/ସମିତି ସଭ୍ୟ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଖେଳାଉର ଗ୍ରାମ ପଂଚାୟତର ଦୀର୍ଘ ଦିନର ଆଶା ପୂରଣ ହୋଇଛି ।

Leave A Reply

Your email address will not be published.

eighteen − 6 =