ମା’ ପାଟଣେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ସମ୍ପୂର୍ଣ୍ଣ ନକ୍ସା ପରିବର୍ତ୍ତନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରପାଟଣା ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ଗତ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ହୋଇଥିବା ବେଳେ ଫେବୃୟାରୀ ମାସ ୯ ତାରିଖରେ ଦେବୋତ୍ତର ବିଭାଗ ଓ ପୁର୍ତ୍ତ ବିଭାଗ ପୂଜାର୍ଚ୍ଚନା କରି ମା’ଙ୍କ ଆଜ୍ଞାମାଳ ଆଣି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମନ୍ଦିରର ସମ୍ପୂର୍ଣ୍ଣ ନକ୍ସା ପରିବର୍ତ୍ତନ କରାଯାଇଛି ବୋଲି ପୂର୍ତ୍ତ ବିଭାଗ ସୂଚନା ଦେଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଗେଟ୍‌ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଦେବାଳୟ ସୁରକ୍ଷା କମିଟିକୁ ସୂଚନା ପ୍ରଦାନ କରିଛନ୍ତି । ପାଟଣେଶ୍ୱରୀ ମନ୍ଦିରକୁ ୧କୋଟି ୧୨ ଲକ୍ଷ ଟଙ୍କା ଆସିଥିବା ବେଳେ ପିସିଏମ୍‌ ଇଣ୍ଟର ପ୍ରାଇଜେସ୍‌ ପ୍ରୋଜେକ୍ଟ ନିର୍ମାଣ ସଂସ୍ଥା ଦ୍ୱାରା କାର୍ଯ୍ୟ ଚାଲିଥିବା ବେଳେ ଯଜ୍ଞ ମଣ୍ଡପ, ଦୀପ ଘର, ରୋଷେଇ ଘର, ବେଢା ପରିକ୍ରମା ହେବା ସଙ୍ଗେ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ ହେବ ବୋଲି ସମ୍ପୂର୍ଣ୍ଣ ନକ୍ସାରେ ଉଲ୍ଲେଖ କରାଯାଇଛି । ଏହି ମନ୍ଦିର କାର୍ଯ୍ୟ ସମାପନ ତା.୨.୦୫.୨୦୨୪ରେ ହେବ ବୋଲି ସୂଚନା ଦେଇଛି ଦେବୋତ୍ତର ବିଭାଗ ଓ ପୂର୍ତ୍ତ ବିଭାଗ । ସେହିପରି ମା’ ସମଲେଶ୍ୱରୀ ଓ ଗୋପାଳଜୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ କାମ ଆଗେଇଛି ବୋଲି ଦେବାଳୟ ସୁରକ୍ଷା କମିଟିକୁ ସୂଚନା ଦେଇଛି । ଆବାହକ ପ୍ରଶାନ୍ତ ମହାକୁର ପ୍ରେସ ଜରିଆରେ ଜଣାଇଛନ୍ତି ।

Leave A Reply

Your email address will not be published.

seven + one =