ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ସଫେଇ କର୍ମଚାରୀଙ୍କ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହରାଞ୍ଚଳରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଜରିଆରେ ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରାଯାଉଛି । ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଦ୍ଵାରା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁକୁଲ୍ୟରେ ଅବସ୍ଥାପିତ ସମସ୍ତ ସଫେଇ କର୍ମଚାରୀଙ୍କ ଚିକିତ୍ସା ଶିବିର ନିକଟସ୍ଥ କଲ୍ୟାଣ ମଣ୍ଡପ, ରିକାପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଦିନ ୧୧ ଘଟିକା ସମୟରେ ଶୁଭ-ଉଦଘାଟନ କରିଥିଲେ । ଏହି ଶିବିରରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷ ଜି. ପାପା ରାଓ ସମସ୍ତ ସଫେଇ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷଣ କରିବା ପାଇ ପରାମର୍ଶ ଦେଇଥିଲେ । ଛତ୍ରପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ କର୍ଣ୍ଣେଲ ଡାକ୍ତର ମଧୁସୂଦନ ପଣ୍ଡାଙ୍କ ନେତୃତ୍ୱରେ ୭୧ଜଣ ପୁରୁଷ ଓ ୪୬ଜଣ ମହିଳା ମାନଙ୍କର ଶରୀର ଓଜନ, ଉଚ୍ଚତା, ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା କରି ଆବଶ୍ୟକ ଚିକିତ୍ସା କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ନର୍ସିଂ ଅଧିକାରୀ ମନୀଷା ମଲ୍ଲିକ, ଲାବ ଟେକ୍ନିସିଆନ ଦିଲ୍ଲୀପ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ ଏଵଂ ଶେଷରେ ଫାର୍ମାସିଷ୍ଟ ସତ୍ୟ ରଞ୍ଜନ ବେହେରା ଔଷଧ ବଣ୍ଟନ କରିଥିଲେ । ଆକାଉଣ୍ଟାଣ୍ଟ ରାହୁଲ କୁମାର ସାହୁ, ଡି. ଧର୍ମା ରେଡ୍ଡୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

1 × 3 =