csstore

ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ କରିବା ପ୍ରଚେଷ୍ଟାରେ ଅପତ୍ରିକାର ତଥା ନାରୀଭିତ୍ତିକ ସାହିତ୍ୟ ପତ୍ରିକାର ଜାନୁୟାରୀ ସଂଖ୍ୟା ଶୁଭ ଉନ୍ମୋଚନ

ମ.ରାମପୁର, (ହେମନ୍ତ ସାହୁ) : ରବିବାର ସନ୍ଧ୍ୟା ଗୁଗୁଲମିଟ ମାଧ୍ୟମରେ ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କର ସଭାପତିତ୍ୱରେ ସାହିତ୍ୟ କାର୍ଯ୍ୟକ୍ରମ ଓ ପତ୍ରିକା ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର ବିଜୟ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଗବେଷକ ପରମେଶ୍ୱର ମୁଣ୍ଡ, ସୁଦୂର ଆମେରିକାରୁ ଡକ୍ଟର ରଞ୍ଜିତ କୁମାର ସାହୁ, ଅ’ପତ୍ରିକାର ମୁଖ୍ୟ ଉପଦେଷ୍ଟା ଡ଼କ୍ଟର ନୃପରାଜ ସାହୁ ଯୋଗଦେଇ ପତ୍ରିକାର ଉନ୍ନତି ତଥା ଭାଷାର ବିକାଶ ଉପରେ ଯୁବ ପିଢିଙ୍କ ଉଦ୍ୟମ ଏବଂ ଆଜିର ଡିଜିଟାଲ ମାଧ୍ୟମରେ ସାହିତ୍ୟର ବିକାଶ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ସଭା ଆରମ୍ଭରେ କଳାହାଣ୍ଡିର ଲୋକପ୍ରିୟ ଗାୟିକା ଲିପ୍ସା ମହାରଣାଙ୍କ ସଂଗୀତ ସାହିତ୍ୟ ସନ୍ଧ୍ୟାକୁ ଆହୁରି ସରସ ସୁନ୍ଦର କରିଥିଲା । ଅପତ୍ରିକା ସମ୍ପାଦକ ବିଶ୍ଵନାଥ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ (ଅ-ପତ୍ରିକା) କାହ୍ନୁ ଚରଣ ସାହୁ ଓ ଶକୁନ୍ତଳା ପରିଡାଙ୍କର ସଂଯୋଜନାରେ ଓଡିଶା ତଥା ଭାରତ ବାହାରୁ ଅନେକ କବି ନିଜର କବିତା ପଠନ କରିଥିଲେ । ସଭା ଶେଷାର୍ଦ୍ଦରେ ପତ୍ରିକାର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଅପତ୍ରିକାର ଆଗାମୀ ସଂଖ୍ୟା ପାଇଁ ଲେଖା ତଥା ପତ୍ରିକାର ଆଗାମୀ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ନିଜର ମନ୍ତବ୍ୟ ରଖିଥିଲେ । ଶେଷରେ ପେଞ୍ଜୋରାଣୀ ପତ୍ରିକାର ସମ୍ପାଦିକା ସଞ୍ଜିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.