jsm

ସୁବର୍ଣ୍ଣପୁର ଜିଲ୍ଲାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

csstore

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ନାବାର୍ଡ ପକ୍ଷରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଅତିଥି ଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇଥିଲେ । ଠିକ୍ ସେହିପରି ସୁବର୍ଣ୍ଣପୁର ମହାବିଦ୍ୟାଳୟଠାରେ ଅଧ୍ୟାପିକା ଇତିଶ୍ରୀ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ମହିଳା ଦିବସରେ ଅଧ୍ୟକ୍ଷ ତରୁଣ କୁମାର ମିଶ୍ର ଶିକ୍ଷା ବିକାଶରେ ନାରୀ ସମାଜର ଭୂମିକା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ସୌଜନ୍ୟରୁ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ବି‌ଶ୍ୱ ମହିଳା ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ କୃଷି କ୍ଷେତ୍ରରେ ମହିଳାଙ୍କ ଭାଗୀଦାରିତା ଦେଶର କୃଷି ଅର୍ଥନୀତିକୁ ମଜବୁତ କରିପାରିବ ବୋଲି ଆଶାବ୍ୟକ୍ତ କରିବା ସହ ଗ୍ରାମ୍ୟକୃଷିକୁ ସମୃଦ୍ଧ କରିଥିବା ୫ ଜଣ ମହିଳା ଚାଷୀଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ତରଫରୁ ଅଧ୍ୟକ୍ଷା ମୀନା ମହାରଣା ଓ ସଂପାଦିକା ମଂଜୁଲତା ମିଶ୍ରଙ୍କ ନେତୃତ୍ବରେ କରୋନା ସଂକ୍ରମଣ ସଚେତନତାକୁ ନେଇ ଭୀମଭୋଇ ଛକରେ ଲୋକଙ୍କୁ ମାସ୍କ,ସାନିଟାଇଜର୍ ଓ ସାବୁନ ବଣ୍ଟନ କରାଯାଇଥିଲା ।

yuvodaya
Leave A Reply

Your email address will not be published.