pakka

ସୁବର୍ଣ୍ଣପୁରରରେ ଅଲ୍‌ ଓଡିଶା ଜୁନିୟର ଷ୍ଟେଟ୍ ର‍୍ୟାଙ୍କ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଇନଡୋର୍ ଷ୍ଟାଡିୟମଠାରେ ଅଲ୍‌ ଓଡିଶା ଜୁନିୟର (ଅଣ୍ଡର-୧୯) ଷ୍ଟେଟ୍ ର‍୍ୟାଙ୍କ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଏବଂ ଓଡିଶା ବ୍ୟାଡମିଣ୍ଟନ ସଂଘର ମିଳିତ ଆୟୋଜନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଜିଲ୍ଲାରୁ ୬୦ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଉଭୟ ବାଳକ,ବାଳିକା ସିଂଗଲ୍ ସହ ଡବଲ୍ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟ ଆଜିଠୁ ୫ତାରିଖ ଯାଏଁ ଅନୁଷ୍ଠିତ ହେଉଛି । ଆଜିର ଉଦଘାଟନୀ ସମାରୋହରେ ଅତିତିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ନିଲେନ୍ କୁମାର ଓ ପର୍ଯ୍ୟବେକ୍ଷକ ମନରଂଜନ ଦାଶ ପ୍ରମୁଖ ଅତିଥିଭାବେ ଯୋଗଦେଇ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

jay balangir
Leave A Reply

Your email address will not be published.

15 − seven =