pakka

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଡିସେମ୍ବର ମାସ ଦୁଇ ତାରିଖକୁ ପୃଥିବୀରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ ହୋଇଆସୁଛି । ଏହି ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ସଙ୍କଳ୍ପ ପାଳିତ ହୋଇଅଛି । କଠିନ, ତରଳ, ଗ୍ୟାସୀୟ କିମ୍ବା ଶକ୍ତିର ଅନ୍ୟରୂପ ଯଥା ଉତ୍ତାପ, ଶବ୍ଦ ଆଦି କ୍ଷେତ୍ରରେ ପ୍ରଦୂଷଣ ଆଜି ବିଶ୍ୱକୁ କବଳିତ କରିଛି । ଔଦ୍ୟୋଗୀକ ବର୍ଜ୍ୟର ନିୟନ୍ତ୍ରଣ ସହିତ ପ୍ରଦୂଷଣ ସ୍ତର ହ୍ରାସ ଏହି ଦିବସ ପାଳନର ମୁଖ୍ୟ ଉଦେଶ୍ୟ । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ଉପରେ ଗୁରୁତ୍ୱ ଦେବାସହ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ବ୍ୟକ୍ତିଗତ ଭାବରେ ସକ୍ରିୟ ସହଯୋଗ କରି ଉତ୍ତମ ପରିବେଶ ସୃଷ୍ଟି କରିବାର ଆହ୍ୱାନ ଦେଇଥିଲେ ।

jay balangir
Leave A Reply

Your email address will not be published.

5 × one =