pakka

ପୁରୀଠୁ ୫୩୦ କିଲୋମିଟର ଦୂରରେ ଜୱାଦ : ସମୁଦ୍ରରେ ଘଣ୍ଟାକୁ ବେଗ ରହିଛି ୨୨ କିଲୋମିଟର

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବାତ୍ୟା ଜୱାଦ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ୱାସ । ବାତ୍ୟା ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଥିବା ବେଳେ ଆସନ୍ତା ୫ ତାରିଖ ବେଳକୁ ଏହା ଉପକୂଳ ଛୁଇଁପାରେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଉଥିବା ବେଳେ, ବାତ୍ୟା ଜୱାଦ ଏବେ ପୁରୀ ଉପକୂଳଠାରୁ ମାତ୍ର ୫୩୦ କିଲୋମିଟର ଦୂରରେ ଅଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଜୱାଦ ଏବେ ଗୋପାଳପୁରଠାରୁ ୪୭୦ ଓ ପାରାଦୀପଠାରୁ ୬୦୦ କିଲୋମିଟର ଦୂରରେ ରହିଛି । ତେବେ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପବନର ବେଗ ବଢିବା ଆରମ୍ଭ କରିବ । ରାଜ୍ୟର କିଛି ଜିଲ୍ଲାରେ ଏବେ ବର୍ଷା ଆରମ୍ଭ ହୋଇଥିବା ବେଳେ, ଯେଉଁ ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ବୋଲି ଏଚ୍ ଆର୍‌ ବିଶ୍ୱାସ କହିଛନ୍ତି । ତାଙ୍କ କହିବା ମୁତାବକ, ବାତ୍ୟା ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା ରହିବ । ପବନ ଝଟକା ଏହି ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବ । ବାତ୍ୟା ପ୍ରଭାବରେ ଖୋର୍ଦ୍ଧା, ନୟାଗଡ, କଟକ, କେନ୍ଦ୍ରାପଡାରେ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତା’ ସହିତ ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ଜଗତସିଂହପୁରରେ ମଧ୍ୟ ବର୍ଷା ହେବା ନେଇ ପୂୂର୍ବାନୁମାନ କରାଯାଇଛି । ବାତ୍ୟା କାରଣରୁ ଏବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ତା’ ସହିତ ରାଜ୍ୟର ସମସ୍ତ ବନ୍ଦରକୁ ମଧ୍ୟ ବିପଦ ସଙ୍କେତ ଜାରି କରାଯାଇଛି ।

jay balangir
Leave A Reply

Your email address will not be published.

2 + thirteen =