csstore

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସୁବର୍ଣ୍ଣ ଜୟନ୍ତୀ : ବଲାଙ୍ଗିରରେ ପ୍ରସ୍ତୁତି ପାଇଁ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ସେପ୍ଟେମ୍ବର ୨୦୨୩ରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ଦେଶ ତମାମ ତାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ପାଇଁ ବଲାଙ୍ଗିରଠାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ ଜିଲ୍ଲାରେ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ରୂପରେଖ ଉପରେ ଆଲୋଚନା ବୈଠକ ରବିବାର ମଧ୍ୟାହ୍ନରେ ସଂଘ କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଦିଲ୍ଲୀରୁ ଆରମ୍ଭ ହୋଇ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବଲାଙ୍ଗିରରେ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ପୂର୍ବକ୍ଷେତ୍ରର ସାଂଗଠାନିକ ସଂପାଦକ ରାମଚନ୍ଦ୍ର ସ୍ୱାଇଁ ଯୋଗଦେଇ ବର୍ଷତମାମ କ’ଣ କ’ଣ କରାଯିବ ତାର ଗୋଟିଏ ରୂପରେଖ ଦେଇଥିବା ବେଳେ ଗ୍ରାହକ ପଂଚାୟତ ଖାଉଟିମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସୃଷ୍ଟି ହୋଇ ୫୦ ବର୍ଷ କାମ କରି ଆସୁଥିବା ଗ୍ରାହକ ପଂଚାୟତ ଜିଲ୍ଲାରେ ଛାତ୍ର ଛାତ୍ରୀମାନଙ୍କ ସହିତ ମହିଳା, ଗ୍ରାମୀଣ, ପେଶାଦାର ଓକିଲ, ସାମ୍ବାଦିକ ଇତ୍ୟାଦି ସବୁ ସ୍ତରର ଲୋକଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ପାରିବ, ସଚେତନତା ବୃଦ୍ଧି କରାଯାଇ ପାରିବ ତା’ଉପରେ ଆଲୋଚନା କରିଥିଲେ । ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି ଶଶି ଭୂଷଣ ପୁରୋହିତ, ପ୍ରାନ୍ତ ସଂପାଦକ ମାଣିକଲାଲ ବର୍ମା, ରାଜ୍ୟ ମହିଳା ପ୍ରମୁଖ ସଂଯୁକ୍ତା ମିଶ୍ର, ଜିଲ୍ଲା ଉପସଭାପତି ମହେଶ୍ୱର ସାହୁ ଓ ସଂଯୁକ୍ତା ମିଶ୍ର, କୋଷାଧ୍ୟକ୍ଷ ନବକିଶୋର ପଟେଲ, ସାଧାରଣ ସଂପାଦକ ଅଶୋକ କୁମାର ମିଶ୍ର, ସହସଂପାଦିକା ନିହାରିକା ମିଶ୍ର, ସଦସ୍ୟ ଜୟଚନ୍ଦ୍ର ସାହୁ, ଗୋବର୍ଦ୍ଧନ ପାଣ୍ଡିଆ, ଦିବାକର ହୋତା, ଧର୍ମବ୍ରତ ରଥ ଓ ନିମନ୍ତ୍ରିତ ସଦସ୍ୟ କାଳି ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକ ଆରମ୍ଭରେ ଓଁକାର ଧ୍ୱନି ଓ ଶେଷରେ ସଂପାଦକଙ୍କ ଧନ୍ୟବାଦ ଅର୍ପଣ ପରେ ଶାନ୍ତିପାଠ କରାଯାଇଥିଲା ।

jayashree
Leave A Reply

Your email address will not be published.