csstore

ଘୁନସର ଡାକ୍ତରଖାନାରେ ଯୋଗ ଦେବେ ନୂତନ ଡାକ୍ତର ସୁବନ୍ତ ନାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେଲାଣି ଡାକ୍ତରଙ୍କ ପଦବୀ ଖାଲି ରହିଥିଲା ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଅନେକ ଥର ବିଧାୟକ, ସାଂସଦଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ୟ୍ୟନ୍ତ ଅନୁରୋଧ କରିଥିଲେ ହେଲେ କୌଣସୀ ସୁଫଳ ମିଳିନ ଥିଲା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସହ ବଲାଙ୍ଗିର ସିଡିଏମଓ ଡ଼ା. ଭିମ ସାହୁଙ୍କୁ ମଧ୍ୟ ଅନୁରୋଧ କରାଯାଇ ଥିଲା । ଶେଷରେ ପ୍ରଶାସନ ବାଧ୍ୟ ହୋଇ ଘୁନସର ଡାକ୍ତରଖାନାରେ ନୂତନ ଡାକ୍ତର ଭାବରେ ସୁବନ୍ତ ନାଗଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହିତ ଦେଖିବାକୁ ମିଳିବା ସହ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ବଲାଙ୍ଗିର ସିଡ଼ିଏମଓ ଡ଼ା. ଭିମ ସାହୁଙ୍କୁ ଗ୍ରାମବାସୀଙ୍କ ସହିତ ଘୁନସର ସରପଞ୍ଚ ଦ୍ରୋପଦୀ ବେହେରା କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.