pakka

ଶୁଆ ଶାବକ ଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ : ୫୦ଟି ଶୁଆ ଶାବକ ଉଦ୍ଧାର

bbehera

ରାଇରଙ୍ଗପୁର : ଶୁଆ ଶାବକ ଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ୫୦ଟି ଶାବକ ଉଦ୍ଧାର କଲା ବନ ବିଭାଗ । ଏପରି ଘଟଣା ଦେଖିବାକୁ ମିଳିଛି ଗୋରୁମହିଷାଣି ଥାନା ଅଞ୍ଚଳରେ । ଶୁଆ ଶାବକ ଚାଲାଣ ହୋଉଥିବା ସୂଚନା ପାଇଥିଲା ଜଙ୍ଗଲ ବିଭାଗ । ପୂର୍ବରୁ ସ୍ଥାନୀୟ ଶିଶୁ ମନ୍ଦିର ନିକଟରେ ଲୁଚି ରହିଥିବା ଜଙ୍ଗଲ ବିଭାଗର ଅଧିକାରୀମାନେ ବାଇକରେ ଶୁଆ ଶାବକ ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ମାଡି ବସିଥିଲେ । ଅଭିଯୁକ୍ତଙ୍କ ନିକଟରୁ ୫୦ଟି ଶୁଆ ଶାବକ ଏବଂ ବ୍ୟବହୃତ ବାଇକ୍ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି ଜଙ୍ଗଲ ବିଭାଗ । ତେବେ ତଦନ୍ତ ଶେଷ ହୋଇନାହିଁ । ତଦନ୍ତ ଶେଷ ହେଲା ପରେ ପ୍ରତିକ୍ରିୟା ଦେବେ ବୋଲି ରାଇରଙ୍ଗପୁର ରେଞ୍ଜ ଅଧିକାରୀ କହିଛନ୍ତି ।

jay balangir
Leave A Reply

Your email address will not be published.

3 × four =

error: Content is protected !!