jsm

ସ୍ତ୍ରୀ ହତ୍ୟାକାରୀ ଅଭିଯୁକ୍ତ ସ୍ୱାମୀ ଗିରଫ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧୀନସ୍ତ ମୟୁରପଦା ଗ୍ରାମର ଚାଞ୍ଚଲ୍ୟ ସୁଷ୍ଟି କରିଥିବା ନୂଆ ବର୍ଷ ଦିନ ନିଜ ସ୍ତ୍ରୀକୁ ପଇସା ପାଇଁ ପିଟିପିଟି ମାରି ଦେଇଥିବା ଅଭିଯୁକ୍ତ ସ୍ୱାମୀ ଲକ୍ଷ୍ମଣ ରେଡ଼ିଙ୍କୁ ହୁମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ ଲକ୍ଷ୍ମଣ ପୁରାତନ ବର୍ଷ ଓ ନୂତନ ବର୍ଷ ଆଗମନ ମଧ୍ୟ ରାତ୍ରରେ ଖୁସି ପାଳନ କରିବାକୁ ସ୍ତ୍ରୀ ଜାନକୀଙ୍କୁ ପଇସା ମାଗିଥିଲେ ଓ ପଇସା ନ ଦେବାରୁ ନିଜକୁ ଅମଣିଷର ପରିଚୟ ଦେଇ ଜୀବନରୁ ମାରି ଦେବା ପରେ ଗାଁ ପିଲାଙ୍କ ସହ ମଧ୍ୟ ରାତ୍ରରେ ନୂତନ ବର୍ଷ ଆଗମନ ପାଳନ କରିଥିଲେ । ଘଟଣା ଜଣାପଡିବା ପରେ ମୃତ ଜାନକୀଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ । ସେଠାରୁ ଫେରାର ହୋଇଯାଇଥିଲେ । ପୂର୍ବରୁ ମରିଯାଇଥିବା ଡାକ୍ତର ଜାଣିପାରି ହୁମା ଫାଣ୍ଡି ପୋଲିସକୁ ଖବର ଦେବା ପରେ ଛାନଭିନ ଆରମ୍ଭ କରିଥିଲା ପୋଲିସ ।

yuvodaya
Leave A Reply

Your email address will not be published.