csstore

କରୁଆଁଝର ଗଜଲକ୍ଷ୍ମୀ ପୂଜାର ଶୁଭସ୍ତମ୍ଭ ସ୍ଥାପନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ କରୁଆଁଝର ଗାଁରେ ୧୪ତମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା କର୍ତ୍ତା ଭାବେ ଶ୍ରୀମତୀ ରଞ୍ଜୁ ଭୋଇ, ଅନ୍ତର୍ଯ୍ୟାମୀ ଭୋଇ ଏବଂ ପ୍ରହରୀ କର୍ତ୍ତା ଭାବେ ସୁରୁବାଲି ଭୋଇ, ଗୋବିନ୍ଦ ଭୋଇ ଦାୟିତ୍ଵ ତୁଲାଇବେ । ଗଜଲକ୍ଷ୍ମୀ ପୂଜାରେ ଷୋହଳ ପ୍ରହାର ନାମଯଜ୍ଞ ହେବ । ଚଳିତ ବର୍ଷର ପୂଜା ପରିଚାଳନା କମିଟିର ସଭାପତି ଭାବେ ଅମ୍ବରିଶ ଭୋଇ, ଉପସଭାପତି ସୁବାଷ ଭୋଇ, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ଭୋଇ ଏବଂ ରାମକୃଷ୍ଣ ବାରିକ ଦାୟିତ୍ଵ ତୁଲାଇଥିବା ବେଳେ ଉପଦେଷ୍ଟା କମିଟିରେ ଅଗସ୍ତି ବାଗ, ସୁବାସ ଚନ୍ଦ୍ର ଭୋଇ, ଅଗସ୍ତି ଭୋଇ ସୁକୃ ପରାଭୁଏ, ମୁକଳ ବିହାରୀ ଭୋଇ, ରାଜ ପ୍ରତାପ ସିଂଦେଓଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

jayashree
Leave A Reply

Your email address will not be published.