om academy

ମାଟିତଳୁ ହାତୀ କଙ୍କାଳ ଜବତ କଲା ଏସ୍‌ଟିଏଫ୍‌ ଟିମ୍‌

jsm

ନରସିଂହପୁର : ମାଟିତଳୁ ହାତୀ କଙ୍କାଳ ଜବତ କରିଛି ଏସ୍‌ଟିଏଫ୍‌ ଟିମ୍‌ । ସୂଚନା ଅନୁସାରେ, ବଡ଼ମ୍ବା ନରସିଂହପୁର ବରସିଂଗା ଅଞ୍ଚଳରୁ କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ମାଟିତଳୁ ହାତୀର କଙ୍କାଳ ଉଦ୍ଧାର କରିଥିବା ବେଳେ ଦୁର୍ବୃତ୍ତ ମାନେ ହାତୀକୁ ମାରି ଦାନ୍ତ ଉପାଡ଼ିନେବା ପରେ ମୃତ ହାତୀକୁ ମାଟିତଳେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ତେବେ କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ହାତୀ କଙ୍କାଳ ଜବତ କରିବା ପରେ ଏବେ ଜଙ୍ଗଲ ବିଭାଗ ମଧ୍ୟ ତନାଘନା ତଦନ୍ତରେ ଲାଗିପଡ଼ିଛି ।

Leave A Reply

Your email address will not be published.