csstore

ପଦ୍ମପୁରରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଏବିଭିପି ପକ୍ଷରୁ ଦାବିପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁରର କାର୍ଯ୍ୟକର୍ତ୍ତାମାନେ ପଦ୍ମପୁର ସହରର ଏକ ଛକରେ ସ୍ଵାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ବିଶେଷ କରି ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜ ସେବ ନିଜକୁ ସର୍ମପିତ କରିପାରିବେ ବୋଲି ଏକ ତେଣୁ ପଦ୍ମପୁର ସହଜରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଉକ୍ତ ଛକକୁ ସ୍ୱାମୀଜୀଙ୍କ ନାମରେ ନାମିତ କରିବା ପାଇଁ ଏକ ପ୍ରସ୍ତାବ ସହ ପଦ୍ମପୁର କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉପ ଜିଲ୍ଲାପାଳ ସ୍ନେହା ଆରୁଗୁଲା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କୁ ଭେଟି ଏବିଭିପି କାର୍ଯ୍ୟକର୍ତ୍ତାମାନେ ଦାବିପତ୍ର ଉପସ୍ଥାପନ କରିଥିଲେ । ଉଭୟ କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରସ୍ତାବକୁ ଖୁସିରେ ଗ୍ରହଣ କରିବା ସହ ଯଥା ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି । ଏଭଳି ଏକ ପଦକ୍ଷେପକୁ ପଦ୍ମପୁର ବୁଦ୍ଧିଜୀବୀ ବର୍ଗ ମଧ୍ୟ ବେଶ ପ୍ରଶଂସା କରିବା ସହ ଏବିଭିପି କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.