csstore

ପ୍ରଖ୍ୟାତ ସଂଗୀତକାର କିଶୋର ଦା ଓ ପଞ୍ଚମ ଦାଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌. ଡି ବର୍ମନ ଫ୍ୟାନ୍ସ କ୍ଲବ୍ ତରଫରୁ ପ୍ରାଖ୍ୟାତ ସଂଗୀତକାର କିଶୋର ଦାଙ୍କ ୯୫ତମ ଜୟନ୍ତୀ ଓ ସଂଗୀତକାର ଆର୍. ଡି. ବର୍ମନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଫ୍ୟାନ୍ସ କ୍ଲବ୍‌ର ମୁଖ୍ୟ ବିଜୟ କେଶରୀ ପଟ୍ଟନାୟକଙ୍କ ଆବାହକତ୍ଵ ଓ ସାଗର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପି ଇଡି ଅଭୟ କୁମାର ବେହୁରିଆ ମୁଖ୍ୟ ଅତିଥି, ଡ. ଗିରିଜା ଶଙ୍କର ଦାସ ସମ୍ମାନିତ ଅତିଥି ଜ୍ୟୋତିପ୍ରକାଶ ସାହୁ ଓ ସିପ୍ରା ସାହୁ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରଜତ କୁମାର ସାହୁ ସ୍ୱାଗତ ଭାଷଣ ପରେ ଦି ମ୍ୟାଜିକ୍‌ ଅଫ୍ କିଶୋର ଦା, ପଞ୍ଚମ ଦାରେ ସୁବ୍ରତ ଦାସ, ତପନ କୁମାର ଷଡଙ୍ଗୀ, ସତ୍ୟଞ୍ଜୟ ତ୍ରିପାଠୀ, କୁମାର ମିଲୁ, ରଜତ କୁମାର ସାହୁ, ସମରେଶ, ଲକ୍ଷ୍ମୀପ୍ରିୟା ବେହେରା, ରୂପା, ସୁନିତା ବିଶ୍ୱାଳ ପ୍ରମୁଖ କିଶୋର ଦା ଓ ପଞ୍ଚମ ଦା ଗାଇଥିବା ସୁମଧୁର ସଂଗୀତକୁ ପରିବେଷଣ କରିଥିଲେ । ଏହି ଅବସରରେ ଦୀର୍ଘ ୫୫ ବର୍ଷ ଧରି କିଶୋର ଦାଙ୍କ ଗୀତ ଗାଉଥିବା ଶ୍ୟାମାନୁରଞ୍ଜନ ମହାନ୍ତି, ଓରଫ ରଞ୍ଜୁ ମହାନ୍ତିଙ୍କୁ କିଶୋର ଦା ଜୀବନବ୍ୟାପୀ ସଂଗୀତ ସାଧନା ସ୍ମୃତି ସମ୍ମାନ ସହ ନଗଦ ୫ ହଜାର ଅର୍ଥ ରାଶିରେ ସମ୍ମାନିତ କରାଯାଇଥିଲା । ଏହାସହ ସାଂଗଠନିକ ଦକ୍ଷତା ପାଇଁ ହିମାଂଶୁ ମହାନ୍ତି ଓ କୁମାର ମିଲୁଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସାଂଗଠନିକ ସମ୍ପାଦକ ସୁବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଶୋର ଦା, ପଞ୍ଚମ ଦା ପ୍ରେମୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.