csstore

ସ୍ୱର୍ଗତ ପି. କାମା ରେଡ୍ଡୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ସହର ଅନ୍ତର୍ଗତ ଡୁରା ମେଇନ ରୋଡ଼ ରାମଚନ୍ଦ୍ରପୁର ସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ସ୍ୱର୍ଗତ ପି. କାମା ରେଡ୍ଡୀଙ୍କ ଶ୍ରଦ୍ଧାଞ୍ଜଳି ସଭା ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ସ୍ୱର୍ଗତ ପି. କାମା ରେଡ୍ଡୀ ଜଣେ ରାଜ୍ୟ ଅତିଥିଭବନରେ ମସାଲାଚି ଭାବରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗରେ କାର୍ଯ୍ୟରତ କରି ଆସୁଥିଲେ । ସେ ଏକ ବର୍ଷ ହେବ ନିଜ ଦାୟିତ୍ୱରୁ ଅବସର ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଆକସ୍ମିକ ଅକାଳ ବିୟୋଗ ହୋଇଥିଲା । ତାହାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଏବଂ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠା, ମିଷ୍ଟଭାଷୀ, ମେଳାପୀ, ପରପୋକାରୀ ଓ ଧାର୍ମିକ ବ୍ୟକ୍ତି ଥିଲେ ବୋଲି ତାଙ୍କରି ଉଦ୍ଦେଶ୍ୟରେ ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ତାଙ୍କର ଏହି ଅକାଳ ବିୟୋଗରେ ପରିବାର, ବନ୍ଧୁବାନ୍ଧବ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭଲ ପାଉଥିବା ଜନସାଧାରଣ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ତାହାଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ଧୌର୍ଯ୍ୟ ଦେବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କୁ ସ୍ୱର୍ଗତ ପି. କାମା ରେଡ୍ଡୀଙ୍କ ପୁତ୍ର ତଥା ଆମ୍ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଆପ୍ ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଧୀଜନ ମହିଳା ଓ ପୁରୁଷ ବ୍ୟକ୍ତିବିଶେଷ୍ୟଙ୍କୁ ନୂତନ ପରିଧାନ ନିମନ୍ତେ ବସ୍ତ୍ର ବଣ୍ଟନ କରି ଅଗଣିତ ଶୁଭ ଚିନ୍ତକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

jayashree
Leave A Reply

Your email address will not be published.