ls

ସୋଲାଟିଅମ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ

a12

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲାଦେରପାଲି ଗ୍ରାମର ଜୟପ୍ରକାଶ ଶ୍ରମାଙ୍କୁ ବରଗଡ଼ ଜିଲ୍ଲା ସଡକ ସୁରକ୍ଷା କମିଟି ସଭାରେ ବରଗଡ଼ ଜିଲ୍ଲାପାଳ ଶ୍ରୀମତୀ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ମାନସ କୁମାର ସାହୁ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାତ୍ର ସୋଲାଟିଅମ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସୁଧାଂଶୁ ସାହୁ ଏବଂ କନିଷ୍ଠ ରାଜସ୍ୱ ସହକାରୀ ବଳରାମ ଦାସ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଅଜଣା ଗାଡ଼ି ଧକ୍କା ମାମଲାରେ ଦୁର୍ଘଟଣା ଗ୍ରସ୍ତମାନେ ସୋଲାଟିୟମ୍ ସ୍କିମ୍ ଅନୁଯାୟୀ କ୍ଷତିପୂରଣ ପାଇବାକୁ ଯୋଗ୍ୟ ଅଟନ୍ତି । ଜଣେ ମୃତ ବ୍ୟକ୍ତିଙ୍କ ଆଇନଗତ ଉତ୍ତରାଧିକାରୀ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବାକୁ ହକଦାର୍‌ । ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଏହି ଯୋଜନା ଅଧୀନରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ ।

manabhanjan
Leave A Reply

Your email address will not be published.