csstore

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ସ୍ଥାନୀୟ କାର୍ଯ୍ୟାଳୟରେ ପ୍ରଫେସର ତରୁଣ କଲୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ୱର୍ଗତ ଭରତ ଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ ହୋଇଯାଇଛି । ସ୍ୱର୍ଗତ ମିଶ୍ର ଏକାଧାରରେ ଜଣେ ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ ତଥା ଶିକ୍ଷଣ ମଣ୍ଡଳର ଜଣେ କର୍ମଠ ସଂଗଠକ ଥିଲେ । ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରି ସଭ୍ୟ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବିବେକାନନ୍ଦ ମିଶ୍ର, ଯୁଧିଷ୍ଟିର ମିଶ୍ର, ପ୍ରଶନ୍ନ କୁମାର ମିଶ୍ର, କସ୍ତୁରୀ ରଥ, ଧର୍ମବ୍ରତ ରଣ, ଦିବାକର ହୋତା, ପଂଚାନନ ସେଠ, ଗୋପଳଚନ୍ଦ୍ର ପ୍ରଧାନ, ପୁରୁଷୋତ୍ତମ ପତ୍ରୀ ତଥା କୃଷ୍ଣଚନ୍ଦ୍ର ମହାକୁର ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସଭ୍ୟ କପିଳ ପତି, ରାଧାକୃଷ୍ଣ ମେହେର, ମଦନ ମୋହନ ରଥ, ମାଧବ ପୋଡ, ନିରଞ୍ଜନ ପଟେଲ, ରାମଚନ୍ଦ୍ର ପଟେଲ, ଗୋବିନ୍ଦ ମିଶ୍ର ଓ ଜିତେନ୍ଦ୍ର ମୋହନ ପାଠୀ ପ୍ରମୁଖ ଶୋକବାର୍ତ୍ତା ଦେଇଥିଲେ ।

jayashree
Leave A Reply

Your email address will not be published.