ଧାନ ଖରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୂତ, ଚାଷୀ ଏବେ ଚିନ୍ତାରେ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ଗ୍ରାମ ପଞ୍ଚାୟତର ଧାନ ଖଲାରେ ଥିବା ଧାନ ଖରିରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୂତ ହୋଇଯାଇଛି । ସୂଚନାନୁଯାୟୀ, ଝରିଆଲ ଗ୍ରାମର କିଶୋର କୁମାର ସାହୁ (୪.୫ ଏକରର ଧାନ), ରାଜେଶ୍ଵର ମହାନନ୍ଦ (୩.୫ ଏକରର ଧାନ), ଜଗବନ୍ଧୁ ସାହୁ (୨ ଏକରର ଧାନ), କାମେଶ୍ଵର ଭୋଇ (୧.୫ ଏକରର ଧାନ) ଏହି ଚାରି ଜଣ ଚାଷୀ ଚଳିତବର୍ଷ ଖରିଫ ୠତୁ ଧାନ ଅମଲ କରି ଜମି ନିକଟରେ ଥିବା ଏକ ପଥର ଖଳାରେ ଧାନ ମଡେଇବା ପରେ ଅମଲ ହୋଇଥିବା ଧାନକୁ ଘରକୁ ନେବା ପାଇଁ ରଖିଥିଲେ । ପ୍ରାୟ ଗୋଟିଏ ସପ୍ତାହ ହେବ ଧାନ ଅମଲ କରି ପଥର ଖଲାରେ ଧାନ ରଖି ଆଉ ଧାନ କଟା ଚାଳିଥିବା ବେଳେ ଶୁକ୍ରବାର ରାତି କୌଣସି କାରଣରୁ ନିଆଁ ଲାଗି ଚାରି ଜଣ ଚାଷୀଙ୍କ ପ୍ରାୟ ୧୧ ଏକର ଜମିର କଟା ଯାଇ ଖଲାରେ ରଖାଯାଇଥିବା ଧାନ ଖାରିରେ ନିଆଁ ଲାଗି ଯାଇଥିବା ସକାଳୁ ଦେଖିବାକୁ ପାଇ ନିଜେ ନିଆଁ ଲିଭାଇବାକୁ ଚେଷ୍ଟା କରିବାସହ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ତେବେ ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ନିଆଁ ଲିଭାଇବା ପର୍ଯ୍ୟନ୍ତ ସବୁ ଧାନ ନିଆଁରେ ଭଷ୍ମୀଭୂତ ହୋଇ ପାଉଁଶ ହୋଇ ଯାଇଥିଲା । ଏହାକୁ ନେଇ ଝରିଆଲ ଆରଆଇ ରାକେଶ ବେହେରାଙ୍କୁ ପଚାରିବାରୁ ସେ ନିଆଁ ଲାଗିଥିବା ସତ ହେଲେ ମୁଁ ପହଞ୍ଚିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ନଡା ଓ ଧାନ ପୋଡି ପାଉଁଶ ହୋଇ ସାରିଥିଲା । ଚାରି ଜଣ ଚାଷୀ ତାଙ୍କ ୧୧ ଏକର ଜମିର ଧାନ ପୋଡି ଯାଇଥିବା ଦର୍ଶାଇ ଥିଲେ । ଏହାକୁ ନେଇ ମୁଁ ତହସିଲ ଅଫିସକୁ ରିପୋର୍ଟ ପ୍ରଦାନ କରିବି ବୋଲି ସୂଚନା ଦେଇଥିଲେ । ଚାରି ଜଣ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ଧାନ ସମ୍ପୂର୍ଣ୍ଣ ପାଉଁଶ ହୋଇ ଯାଇଥିବାରୁ ସେମାନେ ଏବେ ଚିନ୍ତାରେ । ଗୋଟିଏ ବର୍ଷର ପେଟ ପାଇଁ ଦାନା ମିଳିବାର ଆଶା ରଖି ଅମଲ କରିଥିବା ଚାଷକୁ ହରାଇଥିବାରୁ ଏବେ ସେମାନେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

three × 5 =