ଲୁଟ୍‌ ଉଦ୍ୟମ : ୩ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ ଚିଂଚେଡ ଗ୍ରାମ ନିକଟ ନଦୀ ପୋଲ ଉପରେ ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚିଂଚେଡ ଗ୍ରାମର ଚୈତନ୍ୟ ରଣା ରାତିରେ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ପୋଲ ଉପରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ମାଡ ମାରିବା ସହ ମୋବାଇଲ ଫୋନ୍‌, ପର୍ସ ଓ ବାଇକ୍‌ ଚାବି ଲୁଟି ନେଇଥିଲେ । ଏନେଇ ପରେ ଚୈତନ୍ୟ ପୁଲିସ ହେଲ୍‌ପଲାଇନ ନମ୍ବରରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ରୁଷୁଡା ଗ୍ରାମର ରିଣ୍ଟୁ ମାଝୀ(୨୫), ରାହୁଲ ଭୋଇ(୨୦) ଓ ନିରଜ ଭୋଇ(୨୪)ଙ୍କୁ ପୁଲିସ ଗିରଫ କରି ବଲାଙ୍ଗିର କୋର୍ଟ ଚାଲାଣ କରିଛି । ସେମାନଙ୍କ ପାଖରୁ ଲୁଟ୍‌ ସାମଗ୍ରୀ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

6 + eighteen =