ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ସମ୍ବିଧାନ ଦିବସ ପାଳିତ

  • ସମ୍ବିଧାନକୁ ଜାଣିବା ଏକାନ୍ତ ଅବଶ୍ୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବହୁଜନ ପରିବାର (ସମ୍ବିଧାନ ସୁରକ୍ଷା ମଂଚ) ତରଫରୁ ୭୩ତମ ସମ୍ବିଧାନ ଦିବସ ସ୍ଥାନୀୟ ଟାଉନ ହଲ୍‌ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ତଥା କୁନା ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଘନଶ୍ୟାମ ମହାନନ୍ଦ, ଗୋପବନ୍ଧୁ ଜଗଦଲା, କାର୍ଯ୍ୟକାରୀ ସଭାପତିି ଦ୍ରୋଣ କୁମ୍ଭାର, କାଉନସିଲର ଶମ୍ଭୁ ନାଗ, ବିଜୟ ବାରିକ ଓ କାଉନସିଲର କିଶୋର କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ସାମ୍ପ୍ରତିକ ସମୟରେ ସମ୍ବିଧାନ ସୁରକ୍ଷା ଏକାନ୍ତ ଆବଶ୍ୟକ । ସମ୍ବିଧାନ ପ୍ରତିଷ୍ଠା ହେବା ପୂର୍ବରୁ ଦେଶର ପରିସ୍ଥିତି ଭିନ୍ନ ପ୍ରକାର ଥିଲା । କିନ୍ତୁ ସମ୍ବିଧାନ ହେବା ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ସମାନ ଅଧିକାର ପାଇଲେ । ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ସମ୍ବିଧାନ ଜାଣିବାର ଆବଶ୍ୟକତା ରହିଛି । ସମ୍ବିଧାନ ବଳରେ ହିଁ ଆମେ ସମସ୍ତ ପ୍ରକାର ଲଢେଇ ଲଢି ପାରିବା ବୋଲି ଅତିଥିମାନେ ମତବ୍ୟକ୍ତି କରିଥିଲେ । ବାବା ସାହେବ ଆମ୍ବେଦକରଙ୍କ କଠିନ ପରିଶ୍ରମ, ତ୍ୟାଗ ଓ ତପସ୍ୟାର ପ୍ରତିଫଳନ ହେଉଛି ଭାରତୀୟ ସମ୍ବିଧାନ । ତେଣୁ ବାବା ସାହେବ ଚିର ବନ୍ଦନୀୟ ବୋଲି ମଧ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଳୱେ ଏସସି/ଏସଟି କର୍ମଚାରୀ ସଂଘର ସଭାପତି ସୁଶୀଲ ଛତ୍ରିଆ ଓ ତିଲୋତ୍ତମା ବିଭାର ନିଜର ମତ ରଖିଥିଲେ । ଗୋବିନ୍ଦ ବିଭାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଗୌରୀ ଶଙ୍କର ଛତର । ଏହି ଅବସରରେ ବଟୁ ନାଗ, ଦଣ୍ଡୁଆ କୁମ୍ଭାର, ରାଜେନ୍ଦ୍ର ସୁନା, ରଘୁନାଥ ମୁଗ୍ରୀ ଓ ଟିକି ବିଭାରଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.

1 + nine =