ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ଜାତୀୟ ସମ୍ବିଧାନ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର ଓ ଗଞ୍ଜାମ ସ୍ୱେଚ୍ଛାସେବୀ ଦିଗଦର୍ଶନ ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସଭାପତି ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ କଲେଜ ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ରାଜନୀତି ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଅମର ପ୍ରସାଦ ବିଶୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ସମ୍ବିଧାନ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ତତ ସହିତ ସମ୍ବିଧାନ ଓ ସମ୍ବିଧାନର ପ୍ରଣେତା ଡ଼. ବି. ଆର. ଆମ୍ବେଦକରଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ ଯୋଗଦେଇ ଦେଶର ସାମ୍ବିଧାନିକ ବ୍ୟବସ୍ଥା ସମ୍ପର୍କରେ ସାଧାରଣ ଜନତା ସଚେତନ ହୋଇ ଦେଶ ବିକାଶରେ ଯତ୍ନବାନ ହେବାକୁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା, ଗିରିଷ କୁମାର ଆଚାର୍ଯ୍ୟ, ଶୁଭେନ୍ଦୁ ବିକାଶ ଟହଲ ପ୍ରମୁଖ ଯୋଗଦେଇ ଦେଶର ସମ୍ବିଧାନ, ନାଗରିକଙ୍କ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ସହ ଗୃପ ଡିସ୍କସନ ଏବଂ କ୍ୱିଇଜ ପ୍ରତିଯୋଗିତା କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଉପସଭାପତି ରାକେଶ କୁମାର ନାୟକ, ସହସମ୍ପାଦକ ସୁଦର୍ଶନ ପାଢ଼ୀ ପ୍ରମୁଖ ସଙ୍ଘ କର୍ମକର୍ତ୍ତା କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

two × five =