csstore

ରଜତ କରଙ୍କ ବିୟୋଗରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବିଶିଷ୍ଟ ସ୍ତମ୍ଭକାର, ଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା ତଥା ପୂର୍ବତନ ଶିକ୍ଷା ବିଭାଗ ନିର୍ଦ୍ଦେଶକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ସୋମବାର ଦିନ ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ ସ୍ୱତନ୍ତ୍ର ବିଦ୍ୟାଳୟ ତରଫରୁ ତାଙ୍କର ସ୍ମୃତିଚାରଣ ପୂର୍ବକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.