csstore

ସମୀର ପଟ୍ଟନାୟକଙ୍କ ଦେହାନ୍ତ : ଗାନ୍ଧୀ ପାଠାଗାର ଠାରେ ଶୋକ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ପାଠାଗାରର ସକ୍ରିୟ ସଦସ୍ୟ ସମୀର ପଟ୍ଟନାୟକ (ମଣ୍ଟୁ)ଙ୍କ ୫୦ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ବିଗତ କିଛି ସମୟ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଛତିଶଗଡ ରାୟପୁରରେ ଚିକିତ୍ସିତ ହେଉଥିଲେ । ଶନିବାର ଭୋର ୨ଟା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଅମର ଆତ୍ମାର ସଦ୍‌ଗତି ପାଇଁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ପାଠାଗାରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ପଟ୍ଟନାୟକଙ୍କ ପାଠାଗାରର ବିଭିନ୍ନ କାର୍ଯ୍ୟକ୍ରମରେ କରିଥିବା ଅବଦାନ ସହିତ ତାଙ୍କର ଚିର ମେଳାପି ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାରକୁ ସଦସ୍ୟମାନେ ମନେ ପକାଇଥିଲେ । ଏହି ସଭାରେ ପାଠାଗାରର ଉପ-ସଭାପତି ସନ୍ତକ ବହିଦାର, ସଂପାଦକ ପ୍ରଦୀପ ସାହୁ, ବରିଷ୍ଠ ସଭ୍ୟ ନିଳମଣୀ ମିଶ୍ର, ଭଗବାନ ବଗର୍ତ୍ତି, ଅଶୋକ ଚାନ୍ଦ, ଧର୍ମବ୍ରତ ରଥ, ରାଜେନ୍ଦ୍ର ମିଶ୍ର, ସଂଗ୍ରାମ ବହିଦାର, ରିୟାଜ ଖାନ, ସତ୍ତାର, ପ୍ରମୋଦ ପ୍ରଧାନ, ମହମ୍ମଦ ଅକବର, ଭକ୍ତବନ୍ଧୁ ନାଏକ, ରାଜେଶ ଜୈନ, ଅନିଶ ସାହୁ, ସୁରୁ ସାହୁ, ଦାସିଆ ସାହୁ, ମହେନ୍ଦ୍ର ବାଗ, କୁନୁ ପାତ୍ର, ଦୁର୍ଗା ସାହୁ, ଅଜିତ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ରହି ଅମର ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.