csstore

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କଲମପୁର ଗସ୍ତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ଗୋବର୍ଦ୍ଧନ ନାଏକ ଆଜି କଲମପୁର ଅଞ୍ଚଳ ଗସ୍ତ କରି ବିଭିନ୍ନ କେନାଲର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ସ୍ଥାନୀୟ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଇଂ. ଶ୍ରୀ ନାଏକ ଗତ ସୋମବାର ଦିନ ମୁଖିଗୁଡା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଯୋଗ ଦେବାପରେ ଏହା ତାଙ୍କର ପ୍ରଥମ କଲମପୁର ଗସ୍ତ । ତାଙ୍କର ଏହି ଗସ୍ତ ସମୟରେ ସ୍ଥାନୀୟ ଚାଷୀ ମାନେ ଦୀର୍ଘ ବର୍ଷ ହେଲା କେନାଲ ରାକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଶୋଚନୀୟ ହୋଇ ପଡିଥିବାବେଳେ ତଳ ମୁଣ୍ଡକୁ ଆବଶ୍ୟକତା ମୁତାବକ ପାଣି ପହଞ୍ଚୁ ନଥିବା ଅଭିଯୋଗ କରିଥିଲେ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଦକ୍ଷିଣ ମୁଖ୍ୟ କେନାଲ ସଂଲଗ୍ନ କଲମପୁର ମାଇନର, କଲମପୁର ୧ ମାଇନର ଏବଂ ଘର୍ଲା- ବାଲିଛଡା ମାଇନର କେନାଲ ବୁଲି ଦେଖିଥିଲେ ଏବଂ ମରାମତି ଆବଶ୍ୟକ ଥିବା କେନାଲ ମାନଙ୍କ ମରାମତି କରି ରବି ଜଳସେଚନ ଯେପରି କେନାଲ ତଳମୁଣ୍ଡ ଯାଏ ପାଣି ପହଞ୍ଚି ପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । କଲମପୁର ଶ୍ରୀ ନାଏକଙ୍କ ଜନ୍ମମାଟି ହୋଇଥିବାରୁ ସେ କଲମପୁର ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର ନାଥ ସାହୁ, ସମବାୟ ସମିତି ସଭାପତି ଶଙ୍କର୍ଷଣ ବେହେରା, ଦୀପକ ସାହୁ, ରାଜେଶ କୁମାର ଶର୍ମା, ବ୍ରଜ ସାହୁ ପ୍ରମୁଖ ସୌଜନ୍ୟତା ମୂଳକ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଗସ୍ତ ସମୟରେ କଲମପୁର ବିଭାଜନ ସହକାରୀ ଯନ୍ତ୍ରୀ କଳାକାର ବାଗ, ପ୍ରତାପ ଚନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.