jayashree

ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜନ ସଚେତନତା ଶୋଭାଯାତ୍ରା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଯୁବ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା” ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ । ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦିବାସୀ ସ୍ନାତକ ମହାବିଦ୍ୟାଳୟଠାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଜନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସମନ୍ଵୟ ଅଧିକାରୀ ଡ଼. ବିଭୂତିଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ସଂଯୋଜକ ଡ଼.ସୁଶାନ୍ତକୁମାର ଦାସ, ମାନସ ରଞ୍ଜନ ପ୍ରଧାନ, ହିମାଂଶୁ ଚରଣ ସାହୁ, ଅରୁନ୍ଧତୀ ପ୍ରଧାନ ଦୁଷ୍ମନ୍ତ କୁମାର ଶବର, ଶିବ ମାଝୀ, ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା” ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ପ୍ଲାକାର୍ଡ ଧରି ବାଲିଗୁଡ଼ାର ମୁଖ୍ୟ ସହର, ବଜାର ଛକ, ବସଷ୍ଟାଣ୍ଡ, ପାଟଖଣ୍ଡା ସାହି ଦେଇ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିଅମ ପରିସରରେ ଥିବା ଇଣ୍ଡୋର ହଲରେ ଛାତ୍ର ଛାତ୍ରୀଙ୍କୁ ନେଇ ଚେସ ପ୍ରତିଯୋଗିତା ହୋଇଥିଲା ।

Leave A Reply

Your email address will not be published.