୫୦ତମ ଟିକ୍ରାପଡା ନାମଯଜ୍ଞର କଳସ ଯାତ୍ରା ଓ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ନାମଯଜ୍ଞର ଅଧିବାସ ଓ କଳସ ଯାତ୍ରା ୧୯/୧୧/୨୦୨୩ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଭୁ ଶ୍ରୀ ରାଧାମାଧବଙ୍କୁ ସ୍ୱାଗତ କରି ନାମଯଜ୍ଞ ମଣ୍ଡଳୀରେ ସ୍ଥାପନା କରାଯାଇଥିଲା । ଏହି କଳସ ଯାତ୍ରାରେ ପୁରୀ ମଠାଧିସ ସ୍ୱାମୀ ବଂଶୀଧର ମହାରାଜ ଓ ବିଶ୍ୱାତ୍ମ ଚେତନା ପରିଷଦ ଉପାଧ୍ୟକ୍ଷ ସ୍ୱାମୀ ମୁକ୍ତାନନ୍ଦ ସରସ୍ୱତୀ, ସାଗରପଡା ଭାଗବତ ଆଶ୍ରମରୁ ବାବା ପ୍ରେମାନନ୍ଦ ଦାସ ଓ ବାବା ବଂଶୀଧର ଦାସଙ୍କ ଗହଣରେ ହଜାର ହଜାର ପୁରୁଷ ଓ ମହିଳା ଭକ୍ତ ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନର ସମସ୍ତ ସଭ୍ୟସଭ୍ୟା, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସମସ୍ତ କାଉନସିଲର, ଗୋପାଳଜୀ ପାଣିଗ୍ରାହୀ, ହିମାଂଶୁ ପାଢୀ, ମିଳମଣି ମିଶ୍ର ସାମିଲ ହୋଇଥିଲେ । ସାତ ଦିନ ଧରି ଏହି ନାମଯଜ୍ଞରେ ଦୂରଦୂରାନ୍ତରୁ ଉଭୟ ପୁରୁଷ ଓ ମହିଳା ସଂକୀର୍ତ୍ତନ୍ୟ ଦଳ ଆସି ପ୍ରଭୁଙ୍କ ନାମ ନେବେ ଏବଂ ଆସନ୍ତା ୨୨.୧୧.୨୦୨୩ ରୁ ଆଧ୍ୟାତ୍ମିକତା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ପ୍ରକାଶ କୁମାର ନେପାକ ସୂଚନା ଦେଇଛନ୍ତି । ତା.୨୦.୧୧.୨୦୨୩ ସୋମବାର ସକାଳ ୯ ଘଣ୍ଟା ସମୟରେ ଏହି ନାମଯଜ୍ଞ କର୍ତ୍ତା ଅଙ୍କୁଶ ପ୍ରସାଦ ହୋତା ଓ ସହଧର୍ମିଣୀ ସାଗରୀକା ହୋତାଙ୍କ ଦ୍ୱାରା ମୁଖ୍ୟ ପୂଜକ ସୁରେନ୍ଦ୍ର ପାଣି ପୂଜା କାର୍ଯ୍ୟ ସମାପନ କରିବା ପରେ ନାମାରମ୍ଭ ହୋଇଥିଲା । ଜନସାଧାରଣ ଏହି ନାମଯଜ୍ଞ ତଥା ଆସନ୍ତା ୨୨/୧୧/୨୦୨୩ ଆରମ୍ଭ ହେବାକୁ ଥିବା ପଂଚକୁଣ୍ଡିୟ ବିଷ୍ଣୁ ମହାଯଜ୍ଞରେ ଯୋଗଦାନ କରି ପ୍ରଭୁ ରାଧାମାଧବଙ୍କ କୃପା ଲାଭ କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.