pakka

ରମ୍ଭା ଏନ୍.ଏ.ସି.ରେ ବିଜେଡିର ଦମଦାର ପ୍ରଚାର ଶୋଭାଯାତ୍ରା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଐତିହାସିକ ସ୍ଥଳ ପୂର୍ଣ୍ଣତ୍ତୋୟା ନିଳାମ୍ବୁ ଚିଲ୍ଲିକା ପ୍ରବାହିତ ବାଣିଜ୍ୟ ଓ ପର୍ଯ୍ୟଟନର ସହର ରମ୍ଭା ନଗରୀରେ ବିଜେଡିର ଏକ ଦମଦାର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତ୍ତୃତ୍ୱରେ ରମ୍ଭା ସହରରେ ପ୍ରଚାର ହୋଇଥିଲା । ନାନା ବାଦ୍ୟଧ୍ୱନି, ଧୂମ-ତାଡକାର ଶବ୍ଦରେ ସହର ପ୍ରକମ୍ପିତ ହୋଇଉଠିଥିଲା । ଏବେ ବିଜେଡି ପ୍ରଚାର ଜୋରସୋରରେ ଲବି ଚଳାଇଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥିନୀ କୁମାରୀ ବିଶ୍ୱାଳ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ବିଶ୍ୱାଳଙ୍କ ସହ ଦଳୀୟ ନେତ୍ତୃବର୍ଗ, ନେତା ଓ କର୍ମୀମାନେ ଘରକୁ ଘର ବୁଲି ଭୋଟରଙ୍କୁ ପ୍ରଭାବିତ କରାଇ ନବୀନ ପଟ୍ଟନାୟକଙ୍କ ମାଳମାଳ ଯୋଜନାର ଉପଲବ୍ଧ ହେବା, ଯାହା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଭୋଟରଙ୍କୁ ପ୍ରଭାବିତ କରାଇବାରେ ନିୟୋଜିତ ହୋଇଛନ୍ତି । ରମ୍ଭା ଏନ୍.ଏ.ସି.ରେ ୧୩ ଟି ୱାର୍ଡ ରହିଥିବା ବେଳେ ସମଗ୍ର ୧୩ଟି ଯାକ ୱାର୍ଡରେ ବିଜେଡି ପ୍ରାର୍ଥୀ ଦେଇଛନ୍ତି । ୧୩ଟି ୱାର୍ଡର ପ୍ରାର୍ଥୀଙ୍କ ସହ ଚେୟାରମ୍ୟାନ ପ୍ରାର୍ଥୀନୀ ଶ୍ରୀମତୀ କୁମାରୀ ବିଶ୍ୱାଳ ଭୋଟପ୍ରଚାର ଜୋରସୋର ଚଳାଇଛନ୍ତି । ପ୍ରକାଶ ଥାଉକି, ଜିଲ୍ଲାର ଅନ୍ୟତମ ଲୁଣାହ୍ରଦ ତଥା ପ୍ରାଚୀନ ବାଣିଜ୍ୟ ଦୁର୍ଗ ରମ୍ଭା ସହରର ଐତିହାସିକ ଅଭିନ୍ନ । ୧୯୬୪ ମସିହାରେ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ଏହି ସହରର ଜନସଂଖ୍ୟା ୧୨ହଜାର ୧୧୧ ଥିବା ବେଳେ ଏବେ ଏହି ଏନ୍.ଏ.ସି.ରେ ହାରାହାରି ମୋଟ ଜନସଂଖ୍ୟା ପ୍ରାୟ ୧୫ହଜାର ବିଶିଷ୍ଟ ହେବ ବୋଲି ଆକଳନ କରାଯାଇଛି । ରମ୍ଭା ଏନ୍.ଏ.ସି.ରେ ପୁରୁଷ ଭୋଟର ୪ ହଜାର ୭ ଶହ ୩୫ ଥିବା ବେଳେ ମହିଳା ଭୋଟର ୪ ହଜାର ୫ ଶହ ୬୫ ଭୋଟର ଅଛନ୍ତି । ତେବେ ସର୍ବମୋଟ ୯ ହଜାର ୩ଶହ ଭୋଟର ରହିଥିବା ଏହି ଏନ୍.ଏ.ସି.ରେ ପୂର୍ବରୁ ବିଶ୍ୱାଳ ବଂଶ ପରିବାରରଙ୍କ ରାଜନୈତିକ ସତ୍ତା ରହିଆସିଅଛି । ବର୍ତ୍ତମାନ ଚେୟାରମ୍ୟାନ ପ୍ରାର୍ଥିନୀ ହୋଇଥିବା କୁମାରୀ ବିଶ୍ୱାଳଙ୍କ ସ୍ୱାମୀ ଶ୍ରୀକାନ୍ତ ବିଶ୍ୱାଳ ତାଙ୍କ ପିତା ଜଣେ ଆଦର୍ଶ ଶିକ୍ଷକ ଓ ସେ ସାଧାରଣ ଚାଷୀ ପରିବାର ଲୋକ ଭାବେ ପରିଚିତ ଭାସ୍କର ବିଶ୍ୱାଳ ଅଟନ୍ତି । ସ୍ୱର୍ଗତ ଭାସ୍କର ବିଶ୍ୱାଳଙ୍କ ସାନଭାଇ ବିଜୟ ଚନ୍ଦ୍ର ବିଶ୍ୱାଳଙ୍କ ସୁନାମ ବିଜେଡି ଦଳୀୟ ଭାବେ ସତ୍ତା ବଜାୟ ରହିଆସିଛି । ବିଜୟ ଚନ୍ଦ୍ର ବିଶ୍ୱାଳ ରମ୍ଭା ନଗରପାଳ ଭାବେ ୨୦୦୮ ଓ ୨୦୧୩ରେ ପରେ ତାଙ୍କ ସହଧର୍ମିଣୀ ସୌଦାମିନୀ ବିଶ୍ୱାଳ ୨୦୧୩ ଓ ୨୦୧୮ ମସିହାରେ ଅନୁଷ୍ଠିତ ପୌର-ସାଧାରଣ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ଶାସନ କ୍ଷମତାରେ ରହି ଆସିଛନ୍ତି । ଆଜି ବିଶ୍ୱାଳ ପରିବାରର ଟେକ ରଖିବା ନିମନ୍ତେ ବୋହୁ କୁମାରୀ ବିଶ୍ୱାଳଙ୍କୁ ନିର୍ବାଚନୀ ମୈଦାନରେ ସୁଯୋଗ ଦେଇଛନ୍ତି । ଶ୍ରୀକାନ୍ତ ବିଶ୍ୱାଳ ନିଜ ଅଞ୍ଚଳର ଗାରିମା ଓ ବଂଶ ମର୍ୟ୍ୟାଦାର ସତ୍ତାକୁ ବଜାୟ ରଖିବା ନିମନ୍ତେ ଅପ୍ରାଣ ଉଦ୍ୟମ ଚଳାଇ ଆସିଛନ୍ତି ।

jay balangir
Leave A Reply

Your email address will not be published.

two × 5 =

error: Content is protected !!