pakka

ଜର୍ଜଗଡରେ ଦୁର୍ଗାପୂଜା କଳସ ଶୋଭାଯାତ୍ରା

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଆଜି ୨୨ ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ମାଆ ଭଉଣୀମାନେ ୧୦୮ କଳସରେ ପବିତ୍ର ପାଣି ନୃସିଂହନାଥ ଝରଣାରୁ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଛନ୍ତି । ପୂଜାକର୍ତ୍ତା ଭାବରେ ଅଶ୍ୱିନୀ ସାହୁ ଓ ତାଙ୍କ ସହଧର୍ମିଣୀ କାଞ୍ଚନ ବାଲା ସାହୁ, ପୂଜକ ଭାବରେ ଗୋକୁଳା ନନ୍ଦ ମହାପାତ୍ର ଦାଇତ୍ୱ ତୁଲାଉଛନ୍ତି । ଗ୍ରାମ ଝାଙ୍କର ଲୋକନାଥ ସାମିନି, ଗାଁର ପୂର୍ଣ୍ଣ ରାମ ସା, ବାଳକ ଦାସ ବିଶି, ଜୟକୃଷ୍ଣ ସାହୁ, ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ରଣଜିତ ସରାପ ଓ ଅନିଲ ସାହୁ ପ୍ରମୁଖଙ୍କ ତତ୍ତ୍ୱାବଧନରେ ଏକ ପୂଜା କମିଟିରେ ସଭାପତି ଗୋପାଳ ସା ଓ ସମ୍ପାଦକ ଭୁବନେଶ୍ୱର ସାଙ୍କୁ ଦାଇତ୍ୱ ଦିଆଯାଇଛି । କୋଭିଡ ନିୟମ ଅନୁସାରେ ଦୁର୍ଗା ପୂଜା ଶୁକ୍ରବାର ଯାଏ ପାଳନ କରାଯିବ ବୋଲି ସଭାପତି ଶ୍ରୀ ସା ଜଣାଇଛନ୍ତି । ଏହି ପୂଜା ମଣ୍ଡପକୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ମିଳିମିଶି ଆସି ପୂଜା କରୁଥିବାର ସବୁ ବର୍ଷ ଦେଖିବାକୁ ମିଳେ ।

pp
Leave A Reply

Your email address will not be published.

two × 3 =