pakka

ଭିନ୍ନକ୍ଷମ ବ୍ୟକ୍ତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟ ବ୍ୟକ୍ତିମାନଙ୍କର ସାମାଜିକ ସୁରକ୍ଷା ନିମେନ୍ତ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସର ବାବୁମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ମୌଲିକ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ କୁଡାସିଂହା ଗ୍ରାମର ଦୟାନିଧି ମହାନନ୍ଦ(୬୦) ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି । ତାଙ୍କର କୌଣସି ରୋଜଗାର କ୍ଷମତା ନାହିଁ । ସେ ଭଙ୍ଗା କୁଡ଼ିଆ ଘରେ ରହି ଦିନ କାଟୁଛନ୍ତି । ସରକାରଙ୍କର ଆବାସ ଯୋଜନାରୁ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ଶେଷରେ ହତାଶ ହୋଇ ପଡିଲେଣି । ଘର ଖଣ୍ଡିଏ ପାଇବା ପାଇଁ ସେ ଜଣେ ଯୋଗ୍ୟ ହିତାଧିକାରୀ । ମାତ୍ର ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇ ନାହାନ୍ତି । ପଦ୍ମପୁର ବ୍ଲକ ତଥା ବରଗଡ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ଆବାସ ଯୋଜନାରୁ ଘର ଯୋଗାଇ ଦେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

three + 15 =