pakka

କୋସଲ ରାଜ୍ୟ ସମନ୍ୱୟ ସମିତିର ସାଂଗଠନିକ ପୁନର୍ବିନ୍ୟାସ : ପୁରୁଣା କେନ୍ଦ୍ର କମିଟି ଭଙ୍ଗାଗଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ର କମିଟିର ଏକ ଜରୁରୀ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ହେଲା କୋଭିଡ-୧୯ ମହାମାରୀ ହେତୁ ସାଙ୍ଗଠନିକ କାର୍ଯ୍ୟକଳାପ ହୋଇପାରୁ ନଥିବାରୁ ଏହି ବୈଠକରେ ପୁରୁଣା କେନ୍ଦ୍ର କମିଟିକୁ ଭଙ୍ଗ କରାଯାଇ ତା’ ବଦଳରେ ଏକ ଅନ୍ତରିଣ କମିଟି ଗଠନ କରାଯାଇଛି । ଏହି ଅନ୍ତରିଣ ଷ୍ଟିୟରିଂ କମିଟି ଆଗାମୀ ୫ମାସ ଧରି ରାଜ୍ୟ ସଙ୍ଗଠନକୁ ପୂନର୍ଗଠନ କରିବାକୁ ଚେଷ୍ଟା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କମିଟିର ଅଧ୍ୟକ୍ଷ ରୂପେ ବିଶିଷ୍ଟ କୋସଲବାଦୀ ନେତା ପ୍ରମୋଦ କୁମାର ମିଶ୍ର ମନୋନିତ ହୋଇଥିବା ବେଳେ ବରଗଡ ଜିଲ୍ଲା ବରିଷ୍ଠ କୋସଲବାଦୀ ସଂଙ୍ଗଠକ ସୁନୀଲ ପୁରୋହିତଙ୍କୁ କେନ୍ଦ୍ରୀୟ ସଂଗଠନର ସଂଯୋଜକ ରୂପେ ଦାୟିତ୍ୱ ଦିଆଯାଇଛି । ଏହା ଛଡା ସଂଯୋଜକଙ୍କୁ ସହଯୋଗ କରିବା ପାଇଁ କେଦାର ମିଶ୍ର, ପ୍ରଶାନ୍ତ ମାଝି, ବିଭୁଦତ୍ତ ମିଶ ଓ ଶରତ ହୋତାଙ୍କୁ ଯୁଗ୍ମ ସଂଯୋଜକ ରୂପେ ତଥା ବିଶିଷ୍ଟ ଆଦିବାସୀ ନେତା ପ୍ରମୋଦ ଝାଁକରଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନିତ କରାଯାଇଛି । କେନ୍ଦ୍ରୀୟ ଷ୍ଟିଅରିଂ କମିଟିର ଅନ୍ୟତମ ସଦସ୍ୟମାନେ ହେଲେ ମନୋରଂଜନ ସିଂବରିହା, ଲଲିତ କୁମାର ସାହୁ, କିଶୋର ହୋତା, ରାମଚନ୍ଦ୍ର ଅମାତ, ସୁରେନ୍ଦ୍ରସହୁ ଓ ଡୋଳାମଣି ପ୍ରଧାନ । ଏହାଛଡା ସଙ୍ଗଠନକୁ ଆବଶ୍ୟକ ପରାମର୍ଶ ଦେବା ପାଇଁ କେନ୍ଦ୍ରୀୟ ଅଧ୍ୟକ୍ଷଙ୍କ ଦ୍ୱାରା ଏକ କେନ୍ଦ୍ରିୟ ଉପଦେଷ୍ଟା ମଣ୍ଡଳୀ ମନୋନିତ କରାଯାଇଛି । ଏଥିରେ ସୁନ୍ଦରଗଡ ଜିଲ୍ଲାର ବରିଷ୍ଠ ଆଇନଜୀବୀ ନିମାଇ ନାୟକ, ଝାରସୁଗୁଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ବୁନ୍ଦେ ଧରୁଆ, ବରଗଡ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅମୂଲ୍ୟ କୁମାର ପତି, କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇନଜୀବୀ ଶ୍ରୀ ଜଗନ୍ନାଥ ମୁଣ୍ଡ ଓ ଶିକ୍ଷାବିତ୍‌ ପ୍ର. ଜତିନ୍ଦ୍ର ମୁଣ୍ଡ ତଥା ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ନାଟ୍ୟକାର ଅବ୍‌ଦୁଲ ଜମାଲ ଖାନଙ୍କୁ ସ୍ଥାନିତ କରାଯାଇଛି । ଏହାଛଡା ଏହି କମିଟିରେ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି । ବିଭିନ୍ନ କୋସଲବାଦୀ ସଂଗଠନମାନଙ୍କ ସହ ସମନ୍ୱୟ ସ୍ଥାପନ କରିବାକୁ ଓ ସଂଗଠନର ପାଣ୍ଠି ସଂଗ୍ରହ କରିବାକୁ ଭିନ୍ନ ଭିନ୍ନ କମିଟି ମାନ ଗଠନ କରାଯାଇଛି । ଏହାଛଡା ଆଗାମୀ ପଂଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ କୋସଲ ଆନ୍ଦୋଳନର ଭୂମିକା କ’ଣ ହେବ ସେ ସମ୍ପର୍କରେ ନିର୍ଦ୍ଧାରଣ କରିବାକୁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ସଙ୍ଗଠନର କେନ୍ଦ୍ରୀୟ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

one × 4 =