pr

ବଲାଙ୍ଗିରରେ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ତିରଙ୍ଗା ବିଶାଳ ଶୋଭାଯାତ୍ରା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ବଲାଙ୍ଗିର ପୌରପରିଷଦ, ବଲାଙ୍ଗିର ୧୮୯ ବଟାଲିୟନ ସିଆରପିଏଫ୍‌, ବଲାଙ୍ଗିରର ସମସ୍ତ ସାମାଜିକ ଅନୁଷ୍ଠାନ ଏବଂ ବଲାଙ୍ଗିର ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆଠାରୁ ତିରଙ୍ଗା ଧରି ବିଶାଳ ଶୋଭାଯାତ୍ରାରେ ବଲାଙ୍ଗିର ସହର ପରିକ୍ରମା କରାଯାଇଛି । ଏହି ଶୋଭାଯାତ୍ରାରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ସମେତ ସମସ୍ତ କାଉନସିଲର ସଭ୍ୟସଭ୍ୟା, ୧୮୯ ବାଟାଲିୟନ ସିଆରପିଏଫ୍‌ର ସମସ୍ତ ଜବାନ, ବଲାଙ୍ଗିର ସହରର ସମସ୍ତ ସାମାଜିକ ଅନୁଷ୍ଠାନ, ବଲାଙ୍ଗିରର ବିଭିନ୍ନ ରାଜନୈତିକ ଦଳ ଏବଂ ସର୍ବସାଧାରଣ ଜନତା ଏକତ୍ରିତ ହୋଇ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଜାତୀୟ ପତାକା ଧରି ବିଭିନ୍ନ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରି ଜାତିରପିତା ମହାତ୍ମାଗାନ୍ଧୀ ନେତାଜୀ ସୁବାଷ ବୋଷ ତଥା ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଜୟଗାନ କରି ତିରଙ୍ଗା ପତାକା ଉଡାଇ ସମ୍ମାନ ଜଣାଇ ଏକ ଦେଶଭକ୍ତିର ମିଶ୍ରଣ ବାତାବରଣ ସୃଷ୍ଟି କରି ସହର ପରିକ୍ରମା କରିଥିଲେ । ବହୁ ଗନ୍ୟମାନ୍ୟ ବ୍ୟକ୍ତି ତଥା ସମାଜସେବୀ ରାଜନୈତିକ ବ୍ୟକ୍ତିତ୍ୱ ନାରୀ ସମାଜସେବୀ ଯୁବ ସମାଜସେବୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.