
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସିରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିରଙ୍ଗା ପଦଯାତ୍ରାରେ ସମସ୍ତେ ସାମିଲ ହୋଇ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ । ବାଲିଗୁଡା ଏନ୍ଏସି କାର୍ଯ୍ୟାଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ମୁଖ୍ୟ ସଡ଼କ ଦେଇ ପୂର୍ତ୍ତ ବିଭାଗ ଛକ ଦେଇ ସେଠାରୁ ଟାଉନ ହଲ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଏହି ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ଏଥିରେ ବାଲିଗୁଡା ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ନେତୃତ୍ୱରେ ଏନ୍ଏସି କାଉନସିଲର ଓ ବାଲିଗୁଡା ନାଗରିକ ସାମିଲ ହୋଇଥିଲେ । ଏହି ଜାତୀୟ ପତାକା ତ୍ରିରଙ୍ଗା ଆମ ଦେଶର ଗୌରବ ଓ ବଳିଦାନର ପ୍ରତୀକ ଏହି ସଂକଳ୍ପ ନେଇ ଦେଶ ଓ ରାଜ୍ୟର ବିକାଶରେ ଯୋଗଦାନ ଦେଇ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ସଫଳ ଏବଂ ବନ୍ଦେ ମାତରଂ ୧୫୦ ବର୍ଷ ପୂର୍ତ୍ତି ପାଇଁ ଐତିହାସିକ ସଫଳତା କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । ଏଥିରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଆଦିକନ୍ଦ ପଟ୍ଟନାୟକ, ରଞ୍ଜିତ କୁମାର ସାହୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ସମସ୍ତ କାଉନସିଲର ଏନ୍ଏସି କର୍ମଚାରୀ, ସ୍ୱଚ୍ଛ ସାଥି, ବୁଦ୍ଧିଜୀବୀ ପ୍ରମୁଖ ସାମିଲ ହୋଇଥିଲେ ।