pakka

ପଣ୍ଡିତ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା

bbehera

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମରେ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଶିକ୍ଷକ ହିମାଂଶୁ ଚନ୍ଦଙ୍କ ସଭାପତିତ୍ୱରେ ସୋମବାର ସକାଳ ୧୦ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଆରୁହାବୃତ୍ତି ନଂ ୧ ଗ୍ରାମ ପଞ୍ଚାୟତର ସରପଞ୍ଚ ଗୀତାରାଣୀ ଜେନା ଏବଂ ମୁଖ୍ୟବକ୍ତା ଭାବେ ପଣ୍ଡିତ ରାଜେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜସେବୀ ତରୁଣକାନ୍ତି ପାତ୍ର, ବ୍ରଜକିଶୋର ପାଳ, ସୁଧାଂଶୁ ଦାସ, କାର୍ତ୍ତୀକ ଚନ୍ଦ, ହେମନ୍ତ ପ୍ରଧାନ, ରତନ ଜେନା, ସତଦଳ ମଣ୍ଡଳ, ସୁଷମା ଚନ୍ଦ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଦିବାକର ମହାପାତ୍ରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସାଙ୍ଗକୁ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ସ୍ୱର୍ଗତଃ ମହାପାତ୍ରଙ୍କ ସୁପୁତ୍ର ପୂର୍ଣ୍ଣେନ୍ଦୁ ମହାପାତ୍ର, ମଧୁସୂଦନ ମହାପାତ୍ର, ଦୀନବନ୍ଧୁ ମହାପାତ୍ର, କୃପାସିନ୍ଧୁ ମହାପାତ୍ର, ଜଗବନ୍ଧୁ ମହାପାତ୍ର ଉକ୍ତ ସଭାରେ ଅଂଶ ଗ୍ରହଣ କରିବା ସହ ନାତି ଗଜାନନ ମହାପାତ୍ର, ସୁଦର୍ଶନ ମହାପାତ୍ର ଏବଂ ପରିବାରବର୍ଗ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

11 + 15 =