pakka

ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦ୍‌ଯାପିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହାଇସ୍କୁଲ ଠାରେ ୩ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ସଫଳତାର ସହ ଉଦଯାପିତ ହୋଇଯାଇଛି । ସ୍କାଉଟ ଓ ଗାଇଡ ମାନଙ୍କ ଦ୍ୱାରା କ୍ୟାମ୍ପ କ୍ରାଫ୍ଟ, ବ୍ଲକ ଗେଟ, ଆଂଚଳିକ ନୃତ୍ୟ, ପ୍ରଦର୍ଶନୀ, ପେଣ୍ଟିଙ୍ଗ, ର‍୍ୟାମ୍ପ ସୋ, ସ୍କିଲ-ଓ-ରାମା, ପେପର କ୍ରାଫ୍ଟ, ମଲ୍‌ଟି କଲ୍‌ଚରାଲ ଡ୍ୟାନ୍ସ, କଲର ପାର୍ଟି, ପିକ୍‌ ଏଣ୍ଡ ଟକ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାପରେ ଶିବିରାର୍ଥୀମାନେ ବିଭିନ୍ନ ଦୁଃସାହସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କ କଳା କୌଶଳ ପ୍ରଦର୍ଶନ କରିଥିଲେ । ସନ୍ଧ୍ୟାରେ ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କୁଳପତି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀମାନେ ସ୍କାଉଟର ଆଦର୍ଶରେ ଅନୁପ୍ରାଣିତ ହୋଇ ସେବା ପରାୟଣତା, ତ୍ୟାଗ, କର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା, ସାହସିକତା, ଆତ୍ମ ସଂଯମତା ଓ ଶୃଙ୍ଖଳିତ ଜୀବନ ଚର୍ଯ୍ୟା ଲାଭ କରନ୍ତୁ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଏଡିଇଓ କେଶବ ଚନ୍ଦ୍ର ମେହେର, ବିଇଓ ପାଟଣାଗଡ ଶଙ୍କର ପ୍ରସାଦ ମାଝୀ, ବିଇଓ ପୁଇଁନ୍ତଲା ଲୋକନାଥ ସୁନା, ଭାରତ ସ୍କାଉଟ ଗାଇଡ ଉପଦେଷ୍ଟା ସନାତନ ଠାକୁର, ଅଙ୍ଗିରା ସାହୁ ମଞ୍ଚାସୀନ ଥିଲେ । ସ୍ୱାଗତ ଭାଷଣ ଜିଲ୍ଲା ସଂପାଦକ ସ୍କାଉଟ ଜ୍ୟୋତି ପ୍ରସାଦ ପରିଡା ଦେଇଥିବା ବେଳେ କ୍ୟାମ୍ପୋରୀ ରିପୋର୍ଟ ପଠନ କରିଥିଲେ ଜିଲ୍ଲା ଅର୍ଗାନାଇଜିଂ କମିଶନର ସ୍କାଉଟ ନୀଳାଞ୍ଚଳ ଚିରଗୁନ । ଜିଲ୍ଲା ଅର୍ଗାନାଇଜିଂ କମିଶନର ଗାଇଡ କସ୍ତୁରୀ ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଗାଇଡ ବିନ୍ଦିଆ ମିଶ୍ର କ୍ୟାମ୍ପ ଅନୁଭୂତି ବର୍ଣ୍ଣନା କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ସ୍କାଉଟ ଓ ଗାଇଡ ମାନଙ୍କୁ ପୁରସ୍କୃତ କରିଥିଲେ । ପରିଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପ୍ରକାଶ ଥାଉ କି ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଏଡିଇଓ କେଶବ ଚନ୍ଦ୍ର ମେହେର, ବିଇଓ ବଲାଙ୍ଗିର ରାଘବ ପାଣିଗ୍ରାହୀ, ସଇଁନ୍ତଳା ବିଇଓ ଗୋବର୍ଦ୍ଧନ ଭୋଇ, ଲୋଇସିଂହା ବିଇଓ ରୀନା ବେହେରା ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ଭାବେ ପ୍ରଧାନ ଶିକ୍ଷକ ନିଳମଣୀ ପଟେଲ, ସିନୁସୁନ୍ଦର ପାଢୀ, ସନ୍ତୋଷିନୀ ସେଠୀ, ନରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ସ୍କାଉଟ ୧୭୫, ଗାଇଡ ୧୩୦, ସ୍କାଉଟ ମାଷ୍ଟର ୨୨, ଗାଇଡ କ୍ୟାପଟେନ ୧୭, ବ୍ଲକ ସଂଯୋଜକ ୧୪, ସାଧନକର୍ମୀ ୭ ଓ ଅଫିସିଆଲ ୮ ଜଣ ଯୋଗ ଦେଇଥିଲେ । ସାର୍ଭିସ ରୋଭର ନରସିଂହ ଦୋରା, ରଶ୍ମି ସେଠୀ, ଦୀପକ ଜେନା, ରୋହନ ଜେନା ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

five × 5 =