csstore

ବାଳିକା ଉଚ୍ଚ ବିଦ୍ୟାଳୟରେ ରାମମୂର୍ତ୍ତି ଦୋରାଙ୍କ ସ୍ମୃତି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବରଗଡ଼ ଆନୁକୂଲ୍ୟରେ ରାମମୂର୍ତ୍ତି ଦୋରାଙ୍କର ସ୍ମୃତିରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆଶୁତୋଷ ଦେ’ଙ୍କର ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ତଥା ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀ ଯୋଗ ଦେଇ ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍କାଉଟ ଓ ଗାଇଡ଼ ଶିକ୍ଷକ ତଥା ଛାତ୍ର ଛାତ୍ରୀ ମାନଙ୍କର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ଦେ’ ଓଡିଶା ସ୍କାଉଟ ଓ ଗାଇଡ଼ର ପୁରୋଧା ରାମମୂର୍ତ୍ତି ଦୋରାଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସବୁ ଧର୍ମର ଏକ ଏକ ପ୍ରାର୍ଥନା ଗୀତ ବୋଲିଥିଲା ବେଳେ ପ୍ରେମାନନ୍ଦ ବେହେରା ଓ ଜୀବନାନନ୍ଦ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଭୁବନେଶ୍ୱର ମହାକୁଡ଼, ସୁଦର୍ଶନ ମହାକୁଡ଼, ନିଲିମ ରାଣୀ ମହାନ୍ତି, ହରେକୃଷ୍ଣ ମେହେର, ରଶ୍ମୀ ରଞ୍ଜନ ରାଉତରାଏ ସଭକାର୍ଯ୍ୟରେ ସାହାଯ୍ୟ କରିଥିଲେ । ଏହି ସଭାରେ ପଦ୍ମପୁର ଉପଖଣ୍ଡର ୪୫ ଜଣ ସ୍କାଉଟ ମାଷ୍ଟର ଓ ୫ ଜଣ ଗାଇଡ଼ କ୍ୟାପ୍ଟନ ଯୋଗ ଦେଇ ଥିଲେ ।

jayashree
Leave A Reply

Your email address will not be published.