pakka

ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଉଦ୍ଧେଶ୍ୟରେ ସ୍ମୃତିସଭା ଆୟୋଜିତ

bbehera
  • ସାମ୍ବାଦିକ ଜଗତର ଭୀଷ୍ମପିତାମହ ଥିଲେ ସତ୍ୟନାରାୟଣ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ବେହେରା ସାମ୍ବାଦିକଜଗତର ଭୀଷ୍ମପିତାମହ ଥିଲେ ବୋଲି ରବିବାର ଅପରାହ୍ନରେ ସ୍ଥାନୀୟ ପିପି ଏକାଡେମୀଠାରେ ସତ୍ୟନାରାୟଣ ବେହେରାଙ୍କ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ସ୍ମୃତି ସଭା ଓ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ବାଲ୍ୟବନ୍ଧୁ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମତବ୍ୟକ୍ତ କରିଛନ୍ତି । ବିଧାୟକ ଶ୍ରୀ ମିଶ୍ର ଦିବଂଗତ ବେହେରାଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ସତ୍ୟ ମୋର ଘନିଷ୍ଠ ବନ୍ଧୁ ଥିଲା । ବିଷ୍ଣୁ ସେଠ, ସତ୍ୟନାରାୟଣ ବେହେରା ଏବଂ ମୁଁ ତିନିଜଣ ଘନିଷ୍ଠ ବନ୍ଧୁ ଥିଲୁ । ମୁଁ ଓକିଲାତି କରିବା ସହ ରାଜନୀତି କରୁଥିଲି । ସେପଟେ ମୋ ସାଂଗ ବିଷ୍ଣୁ ସେଠ ଶିକ୍ଷକତା କରୁଥିଲେ । ସତ୍ୟ ସାମ୍ବାଦିକତା ସହିତ ଜଣେ କଳାକାର ଥିଲେ । ତିନିଜଣ ଭିନ୍ନ ଭିନ୍ନ କ୍ଷେତ୍ରରେ ଥିଲେ ମଧ୍ୟ ବନ୍ଧୁତା ଘନିଷ୍ଠ ଥିଲା । ସତ୍ୟ କାହା ପାଖରେ ହାତ ପତାଉନଥିଲେ । ବହୁ ବାଧାବିଘ୍ନ ସତ୍ୱେ ନିଜର ଅସ୍ତିତ୍ୱ ବଜାୟ ରଖିଥିଲେ । ସେ ଜଣେ ସାହାସୀ ସାମ୍ବାଦିକ ହୋଇ ନିର୍ଭିକ ଭାବରେ ଖବର ପରିବେଷଣ କରୁଥିଲେ । ‘ସାଂପ୍ରତିକ ସମାଜରେ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ରରେ ଆଲୋଚକ ଭାବରେ କବି ଭାଗିରଥି ମିଶ୍ର ଓ ସଙ୍ଗଠକ ଧର୍ମେନ୍ଦ୍ର ନନ୍ଦ ଯୋଗଦେଇଥିଲେ । ଆଲୋଚକ ଶ୍ରୀ ମିଶ୍ର ସ୍ୱାଧୀନତା ପୂର୍ବରୁ ସାମ୍ବାଦିକତା ଜନସେବାର ଆଦର୍ଶ ଥିଲା । ଦେଶବାସୀଙ୍କ ସ୍ୱର ଆଗକୁ ଆସୁଥିଲା । ବର୍ତ୍ତମାନ ନିଜକୁ ସିମୀତ ପରିବେଶରେ ରଖିଛୁ । ଦେଶୀୟ ରାଜନୀତିରେ ବିଚଳିତ ହୋଇଯାଇଛି ସାମ୍ବାଦିକତା । ସତ୍ୟର ସାମ୍ନା କରିବା ପରିବର୍ତ୍ତେ ବିକଳ୍ପ ପୃଥିବୀ ମୁହାଁ ହୋଇଛି । ସାମ୍ବାଦିକତା ବୃତ୍ତି ପୋଷେ ମୋ କୁଟୁମ୍ବ ହୋଇଛି ସତ । କିନ୍ତୁ ସୁଦୁର ପ୍ରସାରୀ ଓ ଜନସଚେତନତାକାରୀ ହେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ବକ୍ତା ଶ୍ରୀ ନନ୍ଦ ସାମ୍ବାଦିକ ନିଜ ପରିସୀମାରେ ରହି ଯଥା ସମ୍ଭବ କାମ କରୁଛନ୍ତି । ଅନେକ ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର କଥା ସାମ୍ନାକୁ ଆଣିପାରୁଛନ୍ତି । ସେ କାଶୀପୁରର ବିକଳ ଚିତ୍ର ହେଉ କି ନଗଡ଼ାର ଦୃଶ୍ୟ । ଦାନ ମାଝୀର କଥା ବି ସାମ୍ବାଦିକମାନେ ହିଁ ଆଗକୁ ଆଣିଛନ୍ତି । ସମାଜରେ ଯେଉଁ ଚାପ ସୃଷ୍ଟିକାରୀ ଗୋଷ୍ଠୀ, ସଚେତନ ନାଗରିକ, ଅନୁଷ୍ଠାନ ଏମାନେ କେଉଁଠି ? ଏମାନଙ୍କ ଦାୟିତ୍ୱ ସାମ୍ବାଦିକମାନଙ୍କ ଠାରୁ ବେଶି । ସାମ୍ବାଦିକ ଖବର ପରିବେଷଣ କରି ନିଜ ଦାୟିତ୍ୱ ଶେଷ କରିଥିବା ବେଳେ ଦେଶର ନାଗରିକମାନେ କାହିଁକି ପ୍ରତିକ୍ରିୟାଶୀଳ ହେଉ ନାହାଁନ୍ତି । ତାହା ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ସତ୍ୟନାରାୟଣ ବେହେରାଙ୍କୁ ଅତିଥି ଓ ଉପସ୍ଥିତ ସହରର ବିଭିନ୍ନ ସଂଗଠନର ନେତୃବୃନ୍ଦ, ବୁଦ୍ଧିଜୀବୀ, ସ୍ୱର୍ଗତ ବେହେରାଙ୍କ ପରିବାରବର୍ଗ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଇ ଶ୍ରୀରାମ ଓ ସାଇ ବିନାୟକ ବେଦମନ୍ତ୍ର ପାଠ କରିଥିଲେ । ସାମ୍ବାଦିକ ପ୍ରଦୀପ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ସାମ୍ବାଦିକ ବିଭୁକଲ୍ୟାଣ ଗଡତ୍ୟା ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକା ଜୋସ୍ନାରାଣୀ ଦାସ ଆଲୋଚନାଚକ୍ର ପରିଚାଳନା କରିଥିଲେ । ଏହି ଅବସରରେ ବ୍ୟଙ୍ଗ କବି ଅଚ୍ୟୁତ ପୁରୋହିତ ଓ ଡ.ବେଣୁଧର ପାଣ୍ଡେ ସ୍ମୃତିକୁ ନେଇ ନିଜ ଲିଖିତ କବିତା ପାଠ କରିଥିଲେ । ଶେଷରେ ସାମ୍ବାଦିକ ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ସହରର ଶତାଧିକ ବୁଦ୍ଧିଜୀବୀ ବରିଷ୍ଠ ନାଗିରକ ମଂଚର କର୍ମକର୍ତା, ନାଗରିକ କମିଟି, ମାହେଶ୍ୱରୀ ସଂଗଠନ, ସଂପୂର୍ଣ୍ଣା ମହିଳା ସଂଗଠନ, ସଖି ସେଣ୍ଟରର କର୍ମକର୍ତ୍ତା, ବିଜେପି ମହିଳା ମୋର୍ଚ୍ଚା, କଣ୍ଟାବାଞ୍ଜି ପ୍ରେସ କ୍ଲବର କର୍ମକର୍ତ୍ତା, ପାଟଣାଗଡ ସାମ୍ବାଦିକମାନଙ୍କ ସହ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

3 × 3 =

error: Content is protected !!