pakka

ଗଞ୍ଜାମ ବ୍ଳକ୍ ପ୍ରୟାଗୀ ଅଞ୍ଚଳରେ ଗରୀବଙ୍କୁ ଶୀତବସ୍ତ୍ର ପ୍ରଦାନ କଲେ ସମାଜ ସେବିକା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ପୁରୀ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ପ୍ରୟାଗୀ ଅଞ୍ଚଳରେ ଗରୀବ ଓ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର କମ୍ବଳ ବୁଧବାର ବଣ୍ଟନ କରାଯାଇଛି । ସେହି ଗ୍ରାମର ଜଣାଶୁଣା ସମାଜସେବିକା ଶ୍ରୀମତୀ ମିନତୀ ପାତ୍ର, ପବିତ୍ର ଶାମ୍ବଦଶମୀ ଅବସରରେ ନିଜସ୍ୱ ହାତପାଣ୍ଠିରୁ ମିନତୀ ଦିଦି ତାଙ୍କ ଶାଶୁ ଓ ସ୍ୱାମୀ ଯୁଧିଷ୍ଠିର ପାତ୍ରଙ୍କ ସହଯୋଗ ଓ ପରାମର୍ଶରେ ଏହି ବଦାନ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କ ଅଞ୍ଚଳର ବହୁ ଗରୀବ ଶ୍ରମିକ ଓ ମୂଲିଆମାନଙ୍କ ନିମନ୍ତେ ଜିଲ୍ଲା ମହକୁମା ଛତ୍ରପୁର ଆସି ଶ୍ରମକାର୍ଡ କରିବା ସାଂଗକୁ ଅନ୍ୟାନ୍ୟ ସରକାରୀ ଯୋଜନାର ସୁଫଳ ଦିଗରେ ସେ ଉଦ୍ୟମ ଜାରି ରଖିଛନ୍ତି । ପ୍ରୟାଗୀ ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳ ସହ ପାଲୁରଗଡ଼, ଅରୁଣପୁର ଆଦି ଅଞ୍ଚଳରେ ଅନେକ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡ ପାଇ ନଥିବା ଅତ୍ୟନ୍ତ କ୍ଷୋଭ ଓ ଦୁର୍ଭାଗ୍ୟର ବିଷୟ ବୋଲି ଗଣମାଧ୍ୟମ ଆଗରେ ଗାଁ ଲୋକେ ଉପସ୍ଥାପନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ପ୍ରାୟ ୩୭କିମି ଦୂରବର୍ତ୍ତୀ ଏହି ପୁରୀ ଜିଲ୍ଲା ସୀମାନ୍ତ ଅଞ୍ଚଳ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ଅଞ୍ଚଳରେ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । ସରକାରଙ୍କ ଦୃଷ୍ଟି ଅଡ଼ୁଆଳରେ ରହିଅଛି । ବିଳମ୍ବରେ ହେଲେ ମଧ୍ୟ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ମୋ-କୁଡ଼ିଆ ଯୋଜନା, ବାର୍ଦ୍ଧକ୍ୟଭତ୍ତା, ମଧୁବାବୁ ପେନ୍‌ସନ୍‌, ବିଧବାଭତ୍ତା, ଚାଷୀମାନଙ୍କ ନିମନ୍ତେ କାଳିଆ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଯୋଜନାର ସଫଳତା ନିମନ୍ତେ ପ୍ରଶାସନ ଧ୍ୟାନଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବୀ ହୋଇଛି ।

Leave A Reply

Your email address will not be published.

8 − 1 =