pakka

କେନ୍ଦ୍ରର ଚେତାବନୀ : ଓମିକ୍ରନ୍ ସାଧାରଣ ଥଣ୍ଡା ନୁହେଁ, କୋଭିଡ୍ ପଜିଟିଭିଟି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି

kalikesh

ନୂଆଦିଲ୍ଲୀ : ବୁଧବାର ଦିନ ଦେଶରେ କରୋନା ଭାଇରସ ସଂକ୍ରମଣର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ କରୋନା ମାମଲାରେ ତୀବ୍ରତା ଦେଖାଦେଇଛି । ଏଥିସହ ମନ୍ତ୍ରଣାଳୟ କହିଛି ଯେ, ୟୁରୋପରେ ମଧ୍ୟ ଗତ ୨ ସପ୍ତାହ ମଧ୍ୟରେ ମାମଲା ଦ୍ୱିଗୁଣିତ ହୋଇଛି । ଏହା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କୋଭିଡ ରୋଗୀଙ୍କୁ ଡିସଚାର୍ଜ କରିବା ପାଇଁ ନୂତନ ନୀତି ବିଷୟରେ ସୂଚନା ଦେଇଛି । ସୂଚନା ଅନୁଯାୟୀ, ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ବିନା ପରୀକ୍ଷଣରେ ଏକ ସପ୍ତାହ ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରିବ । ଏହା ସହିତ ମନ୍ତ୍ରଣାଳୟ ସମସ୍ତଙ୍କୁ ଓମିକ୍ରନ୍ ସହିତ ଲଢ଼ିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି ।

ନୀତି ଆୟୋଗ ସଦସ୍ୟ ଡ।.ବି.କେ. ପାଉଲ କହିଛନ୍ତି ଯେ, ଓମିକ୍ରନ୍ ସାଧାରଣ ଥଣ୍ଡା ନୁହେଁ, ଏହାକୁ ପରାସ୍ତ କରିବା ଆମର ଦାୟିତ୍‌ତ୍ୱ । ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ଯେଉଁମାନେ ଟୀକା ନେଇ ନାହାଁନ୍ତି, ସେମାନେ ଟୀକା ନେବା ଉଚିତ୍ । ଟୀକା ସାହାଯ୍ୟକାରୀ ହେବ । କୋଭିଡ -୧୯ର ପ୍ରତିକ୍ରିୟାରେ ଟୀକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଡ଼ବ୍ଲ୍ୟୁଏଚ୍‌ଓ ଅନୁଯାୟୀ ଡେଲଟା ଅପେକ୍ଷା ଓମିକ୍ରନ୍ ରୋଗ ଦ୍ରୁତ ଗତିରେ ବଢ଼ୁଛି ।

pp
Leave A Reply

Your email address will not be published.

19 + 18 =