csstore

ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ପୁସ୍ତକ ପ୍ରଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମାଟିର କାଳଜୟୀ ଶିଶୁ ସାହିତ୍ୟର ସ୍ରଷ୍ଟା ତଥା ଦୀର୍ଘ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଲେଖନୀ ଚାଲନା କରି ଆସୁଥିବା ଓଡିଶାର ପ୍ରତିଥଜଶା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ଶିଶୁ ଓ କିଶୋର ପୁସ୍ତକ ପବିତ୍ର ଶିଶୁ ଦିବସ ଅବସରରେ ସ୍ଥାନୀୟ ନୀଳଚକ୍ର ପ୍ରକାଶନ ବୋଲକଣାଠାରେ ପ୍ରଦର୍ଶିତ ହୋଇଯାଇଅଛି । ଚାଳିଶ ଖଣ୍ଡରୁ ଅଧିକ ପୁସ୍ତକ ଲେଖିଥିବା ଶ୍ରୀ ପାଢ଼ୀଙ୍କର ଶିଶୁ ପୁସ୍ତକ ଚମ୍ପା, ଅମରଜଳ, ଶ୍ରେଷ୍ଠ ସ୍ମୃତି, ସତ୍ୟର ଜୟ, ଅଭୁଲା ସ୍ମୃତି, ବିଲୁଆ ବିଚାର, ଦାନର ମହତ୍ୱ, ଜୀବନର ମୂଲ୍ୟ, ଅଲିଭା ଆଲୋକ, ବନ୍ଧୁତାର ସୀମା, କର୍ମଘେନି ଫଳ, ବିଭିନ୍ନ ରଙ୍ଗର ଧାନ, ଆଲୋକ ପାଇଁ ପ୍ରାର୍ଥନା, ଏକ ଯୁଦ୍ଧଘାଟୀର କାହାଣୀ, ବଡ଼ଲୋକଙ୍କ ବହିପଢା, ସ୍ୱାଧୀନତା ସଂଗ୍ରାମୀ ବାବନ ଚରଣ ସ୍ୱାଇଁ, ଶେଷ ହୀନ ସଂଗ୍ରାମର ନାୟକ ଆଦି ପୁସ୍ତକ ଭାରତୀୟ ବିଦ୍ୟାଭଣ୍ଡାରକୁ ରୁଦ୍ଧିମନ୍ତ କରିଛି । ଏହି ଅବସରରେ ନୀଳଚକ୍ର ପ୍ରକାଶନର ସଂପାଦକ ପରିବେଶବିତ ଆଇନୀଜୀବୀ ହୃଷୀକେଶ ପାଢ଼ୀ ତାଙ୍କ ରଚିତ “ଗଛହସିଲେ ଜଗତ ହସେ” ପୁସ୍ତକ ପ୍ରଦର୍ଶିତ କରିବା ସହ ଆଗନ୍ତୁକମାନଙ୍କୁ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରିଥିଲେ ।

jayashree
Leave A Reply

Your email address will not be published.