jsm

କରପଡା ଗ୍ରାମ ନଦୀତଟରୁ ଶିଶୁପୁତ୍ରକୁ ଉଦ୍ଧାର : ଚାଇଲ୍ଡ ଲାଇନକୁ ହସ୍ତାନ୍ତର କଲେ ଗ୍ରାମବାସୀ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ଶନି ମନ୍ଦିର ନିକଟସ୍ଥ ଋଷିକୁଲ୍ୟା ନଦୀ ତଟରୁ ବୁଧବାର ଏକ ଦେଢ ବର୍ଷର ଶିଶୁୁ ପୁତ୍ରକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ଥନ୍ତର କରିଛନ୍ତି ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୋର ୪ ଟା ସମୟରେ କରପଡା ଗ୍ରାମର କିଛି ମହିଳା ନଦୀରୁ ଗାଧେଇ ସାରି ଫେରୁଥିବା ବେଳେ ଶିଶୁ ପତ୍ରର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ତାକୁ ଉଦ୍ଧାର କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । କରପଡା ସରପଞ୍ଚ ଅଜୟ କୁମାର ନାୟକ ଓ ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଗଞ୍ଜାମ ଥାନା ପୋଲିସ୍ ଓ ବ୍ରହ୍ମପୁର ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଗଞ୍ଜାମ ଥାନାର ଏଏସ୍‌ଆଇ ସୁପ୍ରଭା ସାହୁ, ବ୍ରହ୍ମପୁର ଚାଇଲ୍ଡ ଲାଇନର ଭାରପ୍ରାପ୍ତ ସଂଯୋଜକ ପ୍ରଣତି କର, ସଭ୍ୟ ପ୍ରଭାତ କୁମାର ପାଢୀ, ସିଡିପିଓ ସଲିଳା ପ୍ରଧାନ ପ୍ରମୁଖ ଶିଶୁ ପତ୍ରକୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଏହି ଶିଶୁ ପୁତ୍ରକୁ ସିଏସଡବ୍ଲୁକୁ ହସ୍ତାନ୍ତର କରାଯିବ ବୋଲି ସିଡିପିଓ ଶ୍ରୀମତି ପ୍ରଧାନ ସୂଚନା ଦେଇଛନ୍ତି । ଏହି ଶିଶୁ ପୁତ୍ରକୁ ହସ୍ତାନ୍ତର ବେଳେ ବହୁ ଗ୍ରାମବାସୀଙ୍କ ସମେତ ବହୁ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ସାମିଲ୍ ଥିଲେ ।

yuvodaya
Leave A Reply

Your email address will not be published.