pr

ଡଙ୍ଗାଘାଟ ଗ୍ରାମ ପଞ୍ଚାୟତରେ ଶିଶୁଟିଏ ଗଛଟିଏ କାର୍ଯ୍ୟକ୍ରମ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତର ପଥୁରି ଗ୍ରାମରେ ଶିଶୁଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡଙ୍ଗାଘାଟ ସରପଞ୍ଚ ଶଙ୍କର୍ଷଣ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ସମ୍ପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରି ବିଶ୍ୱ ଉତ୍ତାପନ, ପରିବେଶ ଉପରେ ଏହାର କୁପ୍ରଭାବ, ବର୍ଜ୍ୟବସ୍ତୁ ପରିଚାଳନା, ବୃକ୍ଷ ରୋପଣ ଓ ସଂରକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍‌ବିକେ ବୈଜୟନ୍ତି ପଟେଲ, ଅଙ୍ଗନୱାଡ଼ି କର୍ମୀ ଯଶୋବନ୍ତି କୁମ୍ଭାର, ସଜନା ବାଗ, ଗ୍ରାମର ମୂରଲୀ କୁଦେଇ ପ୍ରମୁଖ ଅଂଶଗ୍ରହଣ କରି ନିଜ ନିଜର ମତ ପ୍ରକାଶ କରିଥିଲେ । ଶିଶୁଟିଏ ଗଛଟିଏ ଆହ୍ୱାନ ଦେଇ ୮ ଜଣ ମାଆଙ୍କୁ ସେମାନଙ୍କ ଶିଶୁମାନଙ୍କ ଉଦ୍ଦେଶ୍ୟରେ ୮ଟି ଅଶୋକ ଚାରା ପ୍ରଦାନ କରାଯାଇଥିଲା । ସରପଞ୍ଚ ପଞ୍ଚାୟତର ସମସ୍ତ ଗ୍ରାମର ଶିଶୁଙ୍କ ଉଦ୍ଦେଶ୍ୟରେ ପରିବାର ବର୍ଗଙ୍କୁ ଅଶୋକ ଚାରା ପ୍ରଦାନ କରାଯିବ ବୋଲି କହିଥିଲେ । ଚଳିତ ବର୍ଷ ସରପଞ୍ଚ ନାଗ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଁଳା ଚାରା ପ୍ରଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ । ଶିକ୍ଷକ ବୈଷ୍ଣବ କୁଦେ଼ଇ ଶିଶୁଟିଏ ଗଛଟିଏ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.