pakka

ମୁରିବାହାଲ ପଞ୍ଚାୟତ ଚମ୍ପିୟାନ ଟ୍ରଫି କ୍ରିକେଟ

bbehera
  • ମୁରିବାହାଲକୁ ହରାଇ ଗମ୍ଭାରିଖୋଲା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ବରାଯୁରା କ୍ରିକେଟ କ୍ଲବ ପକ୍ଷରୁ ଡୁମେରପଡ଼ା ଖେଳ ପଡିଆରେ ଚାଲିଥିବା ଦ୍ଵିତୀୟ ମୁରିବାହାଲ ପଞ୍ଚାୟତ ଚମ୍ପିୟାନ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ମୁରିବାହାଲ ଦଳକୁ ପରାସ୍ତ କରି ଗମ୍ଭାରିଖୋଲା ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଫାଇନାଲରେ ଗମ୍ଭାରିଖୋଲା କ୍ରିକେଟ ଦଳ ନିର୍ଦ୍ଧାିରିତ ୧୦ ଓଭରରେ ୧୦୬ ରନ କରିଥିବା ବେଳେ ମୁରିବାହାଲ ଦଳ ନିର୍ଦ୍ଧାରିତ ଓଭରରେ ୭୦ରନ କରି ୩୬ରନରେ ପରାସ୍ତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁରିବାହାଲ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୟୀ ଓ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ । ଗ୍ରାମର ଆନନ୍ଦ ତାଣ୍ଡି, ହସମୁଖ ଛତ୍ରିଆ, ଡୁମେରପଡ଼ା ଗାଁ ସାଥୀ ମହେନ୍ଦ୍ର ରଣା ଓ ଘଣ୍ଟବାହାଲ ଗାଁସାଥୀ ପୁରନ୍ଦର ମହାଲିଙ୍ଗ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଖେଳ ପରିଚାଳନା ଭାଗ୍ୟବାନ ଛତ୍ରିଆ, ଓମ୍‌ ପ୍ରକାଶ ରଣା, ଧାରା ବିବରଣୀ ଦିଲ୍ଲୀପ ଭୋଇ କରିଥିଲେ । ଆୟୋଜକ କମିଟି ସଭାପତି ଗିରିଧାରୀ ଛତ୍ରିଆ, ସମ୍ପାଦକ ଭକ୍ତଚରଣ ମହାନନ୍ଦ, କୋଷାଧ୍ୟକ୍ଷ ଗଣେଶ ମହାନନ୍ଦଙ୍କ ସହ କବିରାଜ ବାଗ, ପୁରୁଷୋତ୍ତମ ଭୋଇ, ରବି ବାଗ, ଭଜମନ ବାଗ, ଦୀପକ ଛତ୍ରିଆ, କରଣ ଛତ୍ରିଆ, କୁସଧ୍ୱଜ ବାଗ, ଦୀନେଶ ଛତ୍ରିଆ, ଦେବାଶିଷ ମହାନନ୍ଦ, ଭୀଷ୍ମ ଛତ୍ରିଆ, ନୀଳକଣ୍ଠ ବାଗ, ଯଦୁମଣି ବାଗ, ବଳରାମ ଛତ୍ରିଆ, କୁଶ ପୁଞ୍ଜି ଓ ସମସ୍ତ ଆୟୋଜକ କର୍ମକର୍ତା ତଥା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 × 3 =