csstore

ଦ୍ଵିତୀୟ ପର୍ଯ୍ୟାୟ ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର ଦ୍ଵିତୀୟ ପର୍ଯ୍ୟାୟ ସୋମବାର ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ଅଜିତ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିଷ୍ଣୁ ପ୍ରସାଦ ମିଶ୍ର, ଡା. ପ୍ରମୋଦ ସାହୁ, ଡା. ଦେବାର୍ଚ୍ଚନା ମଲ୍ଲିକ, ଚକ୍ଷୁ ସହାୟକ ସୌମ୍ୟରଞ୍ଜନ ବିଭାର, ଚକ୍ଷୁରୋଗ ନିଦାନ ସହାୟକ, ପୀନାକି ପ୍ରହରାଜ, କୃତିବାସ ମଟାରି, ନମିତା ମଞ୍ଜରୀ ସାହା, ମନୋରଞ୍ଜନ ଦିପଙ୍କ ସହାୟତାରେ ଦେଓଗାଁ, କୁତୁର୍ଲା, ବଡବନ୍ଧ, ରତନପୁର, ଜରାସିଂହା କ୍ଲଷ୍ଟରର ୧୫୧ ଜଣ ଛାତ୍ର ଓ ୧୫୯ଜଣ ଛାତ୍ରୀଙ୍କ ଆଖି ପରୀକ୍ଷା କରାଯାଇଥିଲା । ୨୮ ଜଣଙ୍କ ଚଷମା ପାଇଁ ଓ ୪ ଜଣଙ୍କର ଉଚ୍ଚତର ନିଦାନ ପାଇଁ ସ୍ଥିରୀକୃତ ହେଲା । ଏହି ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.