oom

କିଷାନ କଂଗ୍ରେସର ବ୍ଲକସ୍ତରୀୟ କିଷାନ ଚିନ୍ତନ ଶିବିର

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ହିଞ୍ଜିଳି ବ୍ଲକ ଗଣ୍ଡଳା ଗ୍ରାମ କାଳୁଆ ମନ୍ଦିରଠାରେ କିଷାନ କଂଗ୍ରେସ ତରଫରୁ ବ୍ଲକସ୍ତରୀୟ କିଷାନ ଚିନ୍ତନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନିର୍ଦ୍ଦେଶରେ ବରିଷ୍ଠ କୃଷକ ନେତା ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ କୃଷକ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ କିଷାନ କଂଗ୍ରେସ ଗଞ୍ଜାମ ଜିଲ୍ଲା ସଂଯୋଜକ ଶ୍ୟାମ ସୁନ୍ଦର ଦୋରା, ଜିଲ୍ଲା କଂଗ୍ରେସର ଉପସଭାପତି ମହେଶ୍ୱର ପାତ୍ର, ବରିଷ୍ଠ ସାମ୍ବାଦିକ ରବି ରଥ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ବିଧାନସଭା ଯୁବ କଂଗ୍ରେସ ସଭାପତି ଆଶିଷ କୁମାର ପାଢୀ, ଜିଲ୍ଲା ପଛୁଆ ବର୍ଗ ସଭାପତି ଅମିର କୁମାର ଭୂୟାଁ, ଜିଲ୍ଲା ସମ୍ପାଦକ ଦଣ୍ଡପାଣି ପାତ୍ର, ଆଇନଜୀବୀ ବସନ୍ତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସାହୁ ଉପସ୍ଥିତ ଥିଲେ । ନବୀନ ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ ଓ କେନ୍ଦ୍ରର ଦେଶ ବିକ୍ରି ଉଦ୍ଦେଶ୍ୟକୁ ନିନ୍ଦା କରାଯାଇ ସରକାର ବିରୋଧୀ ହାୱାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ କର୍ମୀଙ୍କୁ ଗୁରୁ ମନ୍ତ୍ର ଦିଆଯାଇଥିଲା । ଆସନ୍ତା ଦିନରେ ପ୍ରତ୍ୟେକ ପଞ୍ଚାୟତରେ କର୍ମୀ ସମ୍ମିଳନୀ କରାଯିବା ନିମନ୍ତେ ସୂଚନା ଦିଆଯାଇଥିଲା ।

jittmm
Leave A Reply

Your email address will not be published.