csstore

ବଲାଙ୍ଗିର ଜିଲ୍ଲା ସ୍ତରୀୟ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସମାବେଶ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ତରୀୟ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସମାବେଶ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (ବଲାଙ୍ଗିର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ) ବିଜୟ କୁମାର ଶତପଥୀ ସଭାପତିତ୍ୱ କରିଥିବା ବେଳେ ଓଡିଶା ସରକାରଙ୍କ ଅର୍ଥ ବିଭାଗର ସ୍ୱଳ୍ପ ସଞ୍ଚୟ ଓ ଯୁଗ୍ମ ଶାସନ ସଚିବ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି । ବଲାଙ୍ଗିର ଏଡିଏମ୍‌ ଲମ୍ବୋଦର ଧରୁଆ ଓ ଅର୍ଥ ବିଭାଗର ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପନିର୍ଦ୍ଦେଶକ ଶଙ୍କର୍ଷଣ ପଟ୍ଟନାୟକ ବିଶେଷ ଅତିଥି ଭାବେ ଯୋଗ ଦେଇ ମଞ୍ଚ ମଣ୍ଡନ କରିଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ରଞ୍ଜିତା ପଣ୍ଡା, ପୂର୍ବତନ ଆର୍ଥିକ ସାକ୍ଷରତା ପରାମର୍ଶଦାତା ଓମ୍‌ ପ୍ରକାଶ ମୁଣ୍ଡ, ପିଏଲ୍‌ଆଇ ଉନ୍ନୟନ ଅଧିକାରୀ ରାହୁଲ କୁମାର, ଡାକ ନିରୀକ୍ଷକ ମନ୍ଦିର ବେହେରା, ଡାକ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟନାଏକ, ଏଲ୍‌ଡିଏମ୍‌ ମନୀଷ କୁମାର ମିଶ୍ର, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ପରିଚାଳକ ସନ୍ତୋଷ କୁମାର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତାମାନଙ୍କ ପରିଚୟ ପତ୍ର ଉନ୍ମୋଚିତ ହୋଇଥିବା ବେଳେ ଜିଲ୍ଲାର ପ୍ରମୁଖ ୧୦ ଜଣ ଅଭିକର୍ତ୍ତାମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.