jayashree

ପଚିଶ ବର୍ଷର ସେବା ସଂକଳ୍ପ ଉପଲକ୍ଷେ ମେଗା ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳୀର ସଦର ମହକୁମା ମୋରଡା ଆଞ୍ଚଳିକ ହସ୍ପିଟାଲରେ ସେବା ସଂକଳ୍ପର ଅଭିଯାନ ଉପଲକ୍ଷେ ହାଇଟେକ ମେଡିକାଲ କଲେଜ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି । ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ସେବା ଶିବିର, ମୋରଡା ଯେହେତୁ ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଏହି ହସ୍ପିଟାଲରେ ହଜାର ହଜାର ଲୋକ ନିର୍ଭର କରନ୍ତି । ଏହି ଅଞ୍ଚଳରେ ଅଧିକ ଅଧିବାସୀ ଓ ଗରିବ ଶ୍ରେଣୀର ଲୋକ ବସବାସ କରନ୍ତି, ଛୋଟ ବଡ଼ ରୋଗର ଚିକିତ୍ସା ପାଇଁ କଟକ କି ଭୁବନେଶ୍ୱର ଯାଇ ଚିକିତ୍ସା ହେବା ସମ୍ଭବ ହୋଇପାରେନି ଅର୍ଥ ଅଭାବରୁ ମନ୍ତ୍ରୀଙ୍କ ଯୋଉ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ଫଳରେ ଅନକେ ଗରିବ ଗୁରୁବା ଲୋକ ନିଃଶୁଳ୍କ ପରୀକ୍ଷା ସହିତ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି । ଅପର ପକ୍ଷରେ ମୋରଡା ଆଞ୍ଚଳିକ ହସ୍ପିଟାଲରେ ଡେପୁଟେସନ ଦୁଇଟି ଡକ୍ଟର ଥିବାବେଳେ ଆଠ ଘଣ୍ଟା ସେବା ଯୋଗାଇ ପାରୁଥିବା ବେଳେ ଅନ୍ୟ ସମୟରେ ଲୋକେ ବାରିପଦା ଓ ବାରମାଇଲ ହସ୍ପିଟାଲ ଉପରେ ନିର୍ଭର କରନ୍ତି । ଯାହାକୁ ନେଇ ଅଞ୍ଚଳରେ ଅନେକ ସମୟରେ ଅସନ୍ତୋଷ ଦେଖାଯିବା ସହ ଉକ୍ତ ହସ୍ପିଟାଲକୁ ସି ଏଚ୍‌ ସିରେ ପରିଣତ କରି ଚବିଶ ଘଣ୍ଟିଆ ସେବା ଯୋଗାଇବା ପାଇଁ ବିଭିନ୍ନ ସମୟରେ ଦାବି କରିଛନ୍ତି । ତେବେ ଆଜିର ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଦୂର ଦୂରାନ୍ତରୁ ଆସିଥିବା ଲୋକ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇପାରିଥିବା ବେଳେ, ପ୍ରତି ମାସରେ ଯଦି ଏପରି ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ଦାବି କରିଛନ୍ତି । ତେବେ ଏ ନେଇ ମନ୍ତ୍ରୀଓ ହାଇଟେକ୍‌ର ଅଧଁକ୍ଷ ତିରୁପତି ପାଣିଗ୍ରାହୀ, ମୟୂରଭଞ୍ଜ ସିଡ଼ିଏମ୍‌ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଞ୍ଚଳିକ ଚିକିତ୍ସାଳୟର ନବ ନିର୍ମାଣ ଗୃହକୁ ଉଦ୍‌ଘାଟନ କରିବା ସହ ମନ୍ତ୍ରୀ ପ୍ରଥମେ ରକ୍ତ ନମୁନା ଦେଇ ପରୀକ୍ଷା କରି ଉପସ୍ଥିତ ଲୋକଙ୍କୁ ରକ୍ତ ନମୁନା ଦେଇ ପରୀକ୍ଷା କରିବା ପାଇଁ ଉତ୍ସାହିତ କରିଥିଲେ, ହାଇଟେକ୍‌ର ଅଧ୍ୟକ୍ଷ କହିଛନ୍ତି ଯେ, ମୋରଡାରେ ସେବା କରିବା ପାଇଁ ଜଗନ୍ନାଥ ଏକ ସୁଯୋଗ ଦେଖୁଛନ୍ତି । ଏଠି ଯୋଉ ଥାଇରଡ଼ ଗ୍ଲାଣ୍ଡ ଓ ହାର୍ଟ ରୋଗୀମାନଙ୍କୁ ଚିନ୍ନଟ କରି ନିଃଶୁଳ୍କ ଚିକିତ୍ସା କରାଯିବ । ଅପର ପକ୍ଷରେ ମନ୍ତ୍ରୀ ନିଜ ପ୍ରତିକ୍ରିୟା କହିଛନ୍ତି ଯେ, ମୋରଡା ବାସୀ ମୋତେ ସେବା କରିବାର ସୁଯୋଗ ଦେଇଛନ୍ତି । ଏ ହସ୍ପିଟାଲକୁ ସିଏସସିରେ ପରିଣତ କରି ଅଞ୍ଚଳବାସୀକୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗେଇବା ପାଇଁ ପ୍ରତିଶୃତି ବୋଧ । ଏହି କାର୍ଯ୍ୟକ୍ରମରେ ବାରମାଇଲ ସିଏଚ୍‌ସି ସୁପାରିଟେଣ୍ଡ ଡ. ଦୀପକ କୁମାର ନାୟକ, ମୋରଡା ଆଞ୍ଚଳିକ ହସ୍ପିଟାଲର ଡାକ୍ତର ସୁମନ ଚୌଧୁରୀ, ସୁଶ୍ରୀ ସଂଗୀତା ସ୍ୱାଇଁ ଫାର୍ମାସି ଅଫିସର ହିମାଶୁ ଶେଖର ଦଳେଇ ସହିତ ହସ୍ପିଟାଲର କର୍ମଚାରୀ ସହଯୋଗ କରିଥିଲେ, ହାଇଟେକ ହସ୍ପିଟାଲର ଅନେକ ଅଭିଜ୍ଞ ଡକ୍ଟରଙ୍କୁ ନେଇ ସ୍ୱାସ୍ଥ୍ୟ ସେବା ଶିବିରରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!