csstore

ନିଷ୍ଠା ପରିବାର ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ପ୍ରୟାସରେ ଚତୁର୍ଥ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଆଁଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ କୁରୁଆଁ ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି କଲତା ଫିତା କାଟି ଉଦ୍‌ଘାଟନ କରିଥିଲେ । ଶିବିରରେ ମୋଟ ୮୦ ଜଣ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ ।ସେମାନଙ୍କ ମଧ୍ୟରୁ ୪୧ଜଣ ଙ୍କର ମୋତିଆ ବିନ୍ଦୁ ରୋଗ ଚିହ୍ନଟ କରାଯାଇଥିଲା । ୪୧ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ବସ ଯୋଗେ ଚିକିତ୍ସାଳୟକୁ ପଠାଗଲା । ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟର ଡା.ମନୋଜ ମାରାଥୀ, ସୁଜିତ ଥପା, ଦେବାଶିଷ ମେହେର, ଢାଲେଶ୍ୱର ପଧାନ ଯୋଗଦାନ କରି ଚକ୍ଷୁ ପରୀକ୍ଷା କରିଥିବା ବେଳେ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ସଭାପତି ରକ୍ଷପାଳ ସାହୁ, ସଂପାଦକ ଲୋକନାଥ ସାହୁ, କ୍ଷୀରୋଦ ସାହୁ, ରୀନା ମହାରଣା, ରଞ୍ଜୀତା ମାହାଣା, ଲିଙ୍ଗରାଜ ସାହୁ, ରାତ୍ର ପଧାନ, ଚିତ୍ରସେନ ପଧାନ, ହେମାଞ୍ଚଳ ସାହୁ ପ୍ରମୁଖ ସଭ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମା’ ମାହେଶ୍ୱରୀ ସେନାକୁ ନିଷ୍ଠା ପରିବାର ଦ୍ୱାରା ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.