pakka

ପାଇକମାଲ ନବରାତ୍ର ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା କାଲି ସୋମବାର ତା.୨୬ରୁ ତା. ୬ ଅକ୍ଟୋବର ପର୍ଯ୍ୟନ୍ତ ପାଇକମାଲ ଦୁର୍ଗା ମଣ୍ଡପ ଠାରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଳିତ ହେବ । ଚଳିତ ବର୍ଷ ଏହି ଦୁର୍ଗାପୂଜା ୧୭ ବର୍ଷରେ ପଦାର୍ପଣ କରୁଛି । ନବରାତ୍ର ଦୁର୍ଗାପୂଜା ଗତ ଦୁଇ ବର୍ଷ ପୂଜାବିଧି ଅନୁସାରେ କାର୍ଯ୍ୟ ସଂପାଦନ କରାଯାଇଥିଲା । ଚଳିତ ବର୍ଷ ପୂଜା କମିଟି ତରଫରୁ ପୂଜାକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମା’ଙ୍କ ନବରାତ୍ର ଦୁର୍ଗାପୂଜାରେ ମୁଖ୍ୟ ପଣ୍ଡିତ ଭାବେ ଡିଗ୍ରୀଧର ଦେବତା, ମନ୍ଦିର ପୂଜକ ଯଯାତି କେଶରୀ ଦେବତା ଚଣ୍ତୀ ପାଠ, ହୋମଯଜ୍ଞ, ପୂଜାବିଧି ଆଦି କରିବା ସହ କର୍ତ୍ତା ଭାବେ ମୁକେଶ ରଥ ଓ ଧର୍ମପତ୍ନୀ ଶ୍ରୀମତୀ ମୁକେଶ୍ୱରୀ ରଥ ପୂଜାରେ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ବର୍ଷ ଲୋକମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଭରପୁର ରହିଥିବାରୁ ନବରାତ୍ର ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳିତ ହେବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ପାଇକମାଲରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ପ୍ରତ୍ୟହ ରାତିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଅପେରା, ଆରର୍କିଷ୍ଟା, ମେଲୋଡି, ଦଣ୍ତ ନୃତ୍ୟ, କୃଷ୍ଣଗୁରୁ, ଡାଲଖାଇ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୬ ତାରିଖ ଦିନ କଳସ ଯାତ୍ରା ହେବାକୁ ଥିବାବେଳେ ପୂଜାପୀଠ, ୩ ତାରିଖ ଦିନରେ ଭାଇ ଜିଉଁନ୍ତିଆ ଓଷା, ୪ ତାରିଖ ଦିନରେ ବିନ୍ଧ୍ୟ ବାସିନୀ ପୀଠକୁ ଆଗମନ ଓ ରାତ୍ରିରେ କୃଷ୍ଣାଣ୍ତ ବଳୀ, ୫ ତାରିଖ ଦିନରେ ବିଜୟା ଦଶମୀ, ପୂର୍ଣ୍ଣାହୁତି, ଚାନ୍ଦାଟିପା ଓ ରାବଣ ପୋଡି, ୬ ତାରିଖ ଦିନରେ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହେବ । ଏଥିସହ ପାଇକମାଲ ହାଇସ୍କୁଲ ପଡିଆ ଠାରେ ରାବଣ ପୋଡି ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସଭାପତି ସୁଶାନ୍ତ ନାଗ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

three × 2 =